ଅଳ୍ପକେ ଟଳିଲା ଆଉ ଏକ ରେଳ ଅଘଟଣ ,ଟିଟିଲାଗଡ଼ରେ ବଗି ଛାଡ଼ି ଚାଲିଗଲା ଇଞ୍ଜିନ

ଟିଟିଲାଗଡ଼ : ପୁଣି ଏକ ରେଳ ଅଘଟଣ ।ବଗି ଛାଡି ଚାଲିଗଲା ଇଞ୍ଜିନ । ଏକ କୋଇଲା ବୋଝେଇ ମାଲ ଗାଡିର ଇଞ୍ଜିନ ଠାରୁ ୱାଗନ ଅଲଗା ହୋଇଗଲା I ଫଳରେ ପ୍ରାୟ ୧ ଘଣ୍ଟା ଧରି ବଲାଙ୍ଗିର ଟିଟିଲାଗଡ଼ ରେଳ ଲାଇନର ଅପ୍ ଡାଉନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ସମ୍ବଲପୁରରୁ ଡବଲ ଡାଇମଣ୍ଡ କୋଇଲା ବୋଝେଇ ଟ୍ରେନ ବଲାଙ୍ଗୀର ଦେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଂଚିବା ପୂର୍ବରୁ ଖଜୁରପଡା ଫାଟକରେ ଇଂଜିନରୁ ୮ଟି […]

Samaya Live Picture
Published On

ଟିଟିଲାଗଡ଼ : ପୁଣି ଏକ ରେଳ ଅଘଟଣ ।ବଗି ଛାଡି ଚାଲିଗଲା ଇଞ୍ଜିନ । ଏକ କୋଇଲା ବୋଝେଇ ମାଲ ଗାଡିର ଇଞ୍ଜିନ ଠାରୁ ୱାଗନ ଅଲଗା ହୋଇଗଲା I ଫଳରେ ପ୍ରାୟ ୧ ଘଣ୍ଟା ଧରି ବଲାଙ୍ଗିର ଟିଟିଲାଗଡ଼ ରେଳ ଲାଇନର ଅପ୍ ଡାଉନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ସମ୍ବଲପୁରରୁ ଡବଲ ଡାଇମଣ୍ଡ କୋଇଲା ବୋଝେଇ ଟ୍ରେନ ବଲାଙ୍ଗୀର ଦେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଂଚିବା ପୂର୍ବରୁ ଖଜୁରପଡା ଫାଟକରେ ଇଂଜିନରୁ ୮ଟି ୱାଗନ ଅଲଗା ହୋଇଯାଇଥିଲା।

ଲୋକୋ ପାଇଲଟ ଜାଣିିବା ପରେ ଟିଟିଲାଗଡ଼ ରେଳ ଷ୍ଟେସନକୁ ଜଣାଇଥିଲେ। ଖବର ପାଇ ଏକ ବୈଷୟିକ ଟିମ ଆସି ଅଲଗା ହୋଇ ରହିଥିବା ବଗି ଗୁଡିକୁ ଯାଞ୍ଚ କରିଥିଲେ। ପୁଣି ଟ୍ରେନଟିକୁ ପଛକୁ ଫେରାଇ ଅଲଗା ରହିଯାଇଥିବା ୱାଗନ ଗୁଡିକୁ ସଂଯୋଗ କରିଥିଲେ। ଅଘଟଣ ପାଇଁ ଖଜୁରପଡା ଫାଟକ ଦେଢ଼ ଘଣ୍ଟା ଧରି ବନ୍ଦ ରହିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Tags: