ଟଳିଲା ଆଉ ଏକ ରେଳ ଅଘଟଣ ,ବଗି ଛାଡି ୩୦୦ ମିଟର ଆଗକୁ ପଳାଇଲା ଇଞ୍ଜିନ
କେସିଙ୍ଗା : ରାଜ୍ୟରେ ପୁଣି ଏକ ରେଳ ଅଘଟଣ I ବଗି ଛାଡି ପଳାଇଲା ଇଞ୍ଜିନ I କଳାହାଣ୍ଡି ଜିଲ୍ଲା କେସିଙ୍ଗା ଷ୍ଟେସନରେ ହଠାତ୍ ଇଂଜିନ ଠାରୁ ଅଲଗା ହେଲା ମାଲବାହି ଟ୍ରେନ I ତେବେ ଲୋକପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇପାରିଛି। ପ୍ରାୟ ୩୦୦ ମିଟର ଅଲଗା ହୋଇଯିବା ପରେ ଟ୍ରେନଟିକୁ ରୋକି ଦେଇଥିଲେ ଲୋକୋପାଇଲଟ୍ । ଏଥିରେ କିଛି କ୍ଷତି ହୋଇ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। […]
କେସିଙ୍ଗା : ରାଜ୍ୟରେ ପୁଣି ଏକ ରେଳ ଅଘଟଣ I ବଗି ଛାଡି ପଳାଇଲା ଇଞ୍ଜିନ I କଳାହାଣ୍ଡି ଜିଲ୍ଲା କେସିଙ୍ଗା ଷ୍ଟେସନରେ ହଠାତ୍ ଇଂଜିନ ଠାରୁ ଅଲଗା ହେଲା ମାଲବାହି ଟ୍ରେନ I ତେବେ ଲୋକପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇପାରିଛି। ପ୍ରାୟ ୩୦୦ ମିଟର ଅଲଗା ହୋଇଯିବା ପରେ ଟ୍ରେନଟିକୁ ରୋକି ଦେଇଥିଲେ ଲୋକୋପାଇଲଟ୍ । ଏଥିରେ କିଛି କ୍ଷତି ହୋଇ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ରେଳ ବିଭାଗ ପହଞ୍ଚିଛି।
ସୂଚନା ଅନୁସାରେ, ଦାମନଯୋଡିରୁ ଆଲୁମିନା ବୋଝେଇ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଅନୁଗୁଳ ଅଭିମୁଖେ ଯାଉଥିଲା। ଟ୍ରେନ୍ଟି କେସିଙ୍ଗା ଷ୍ଟେସନରେ କିଛି ସମୟ ପାଇଁ ଅଟକିବା ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ମାତ୍ର ଟ୍ରେନ୍ଟି ଛାଡ଼ିବାବେଳକୁ ମଝିରୁ ଆଲୁମିନା ୱାଗନ ଛିଣ୍ଡି ଅଲଗା ହୋଇଯାଇଥିଲା। ଟ୍ରେନ୍ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍କୁ ରୋକିଲେ ଲୋକୋ ପାଇଲଟ । ଘଟଣାସ୍ଥଳରେ ଏକ ଟିମ୍ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି।




