ତୁଟୁନାହିଁ ଉଠା ଦୋକାନୀ ସମସ୍ୟା,ଆଜି ମାର୍କେଟ ବିଲଡିଂ ବନ୍ଦ
ଭୁବନେଶ୍ୱର : ଦିନକୁ ଦିନ ବଢି ଚାଲିଛି ମାର୍କେଟ ବିଲଡିଂ ଉଠା ଦୋକାନୀ ସମସ୍ୟା I ବେଆଇନ ଭାବରେ ଜବର ଦାଖଲ କରି ବସିଥିବା ଉଠା ଦୋକାନୀଙ୍କୁ ହଟାଇବାରେ ବିଏମ୍ସି ମଧ୍ୟ ବିଫଳ ହୋଇଛି I ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେବାରୁ ଆଜି ମାର୍କେଟ ବିଲଡିଂ ବନ୍ଦ ଡାକରା ଦେଇଛନ୍ତି ସ୍ଥାୟୀ ଦୋକାନୀ ସଂଘ I ଏହାସିତ ତିନିଦିନ ଭିତରେ ଯଦି ଜବରଦଖଲ କରି ବ୍ୟବସାୟୀଙ୍କୁ ନ ହଟାଯାଏ ତେବେ ଅନିର୍ଦିଷ୍ଟକାଳ ଯାଏଁ ମାର୍କେଟ୍ ବିଲ୍ଡିଂ […]
ଭୁବନେଶ୍ୱର : ଦିନକୁ ଦିନ ବଢି ଚାଲିଛି ମାର୍କେଟ ବିଲଡିଂ ଉଠା ଦୋକାନୀ ସମସ୍ୟା I ବେଆଇନ ଭାବରେ ଜବର ଦାଖଲ କରି ବସିଥିବା ଉଠା ଦୋକାନୀଙ୍କୁ ହଟାଇବାରେ ବିଏମ୍ସି ମଧ୍ୟ ବିଫଳ ହୋଇଛି I ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେବାରୁ ଆଜି ମାର୍କେଟ ବିଲଡିଂ ବନ୍ଦ ଡାକରା ଦେଇଛନ୍ତି ସ୍ଥାୟୀ ଦୋକାନୀ ସଂଘ I ଏହାସିତ ତିନିଦିନ ଭିତରେ ଯଦି ଜବରଦଖଲ କରି ବ୍ୟବସାୟୀଙ୍କୁ ନ ହଟାଯାଏ ତେବେ ଅନିର୍ଦିଷ୍ଟକାଳ ଯାଏଁ ମାର୍କେଟ୍ ବିଲ୍ଡିଂ ବନ୍ଦ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।
ସ୍ଥାୟୀ ଦୋକାନୀସଙ୍ଘର ଅଭିଯୋଗ ମୁତାବକ, ଏଠାରେ ଉଠାଦୋକାନୀଙ୍କ ସହିତ ବେଆଇନ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନୀଙ୍କ ସହିତ ବିଏମ୍ସି ଅଧିକାରୀଙ୍କ ସଲା ସୁତରI ରହିଛି । ବ୍ୟବସାୟୀଙ୍କଠାରୁ ଚାନ୍ଦା ନେଇ ସେମାନଙ୍କୁ ବସିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ବିଏମ୍ସିର ଅଧିକାରୀ ସମ୍ପୃକ୍ତ ନଥିଲେ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି ଉଚ୍ଛେଦ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେତେକ ଦୋକାନ ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଆଦେଶ ରହିଥିବା ବିଏମ୍ସି କହୁଛି। ହେଲେ ଯେଉଁ ଆଦେଶ ହୋଇଛି ସେଥିରେ କୌଣସି ପ୍ଲଟ୍ ନମ୍ବର ନାହିଁ। ଅନେକ ଜାଗାରେ ପ୍ଲଟ୍ ନମ୍ବର ଥାଇ ଉଚ୍ଛେଦ ନ କରିବାକୁ ଆଦେଶ ହୋଇଥିଲେ ମଧ୍ୟ ବିଏମ୍ସି ଉଚ୍ଛେଦ କରି ପକାଉଥିବା ପ୍ରମାଣ ରହିଛି। କିନ୍ତୁ ଏଠି କାହିଁକି ନୁହେଁ? କାହିଁକି ଅଧିକାରୀମାନେ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉଛନ୍ତି? ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀ ମୁକ୍ତ କରିବାକୁ ଆସୋସିଏସନ୍ ଦାବି କରିଛି। ଏହା ସହିତ ଉଠା ଦୋକାନୀଙ୍କ ପାଇଁ ମାର୍କେଟ ବିଲଡିଂରେ ଅଧିକ ଆବର୍ଜନା ହେଉଛି I ଆବର୍ଜନାକୁ କୌଣସି ନିର୍ଦିଷ୍ଟ ସ୍ଥାନରେ ନ ଫୋପାଡିବାରୁ ପୁରା ବିଲଡିଂରେ କୁଢ଼ କୁଢ଼ ଅଳିଆ ପଡି ରହୁଛି I ଏଥିପାଇଁ ବିଏମ୍ସି ସ୍ଥାୟୀ ବ୍ୟବସାୟୀଙ୍କୁ ଧମକ ଦେଉଛି। ଏଥିପାଇଁ ବିଏମସି ଜୁଲାଇ ପହିଲାରୁ ମାର୍କେଟ ବିଲଡିଂ ରେ ଅଳିଆ ଉଠାଇ ନଥିଲା I ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ମାର୍କେଟ୍ ବିଲ୍ଡିଂ ବନ୍ଦ କରି କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।




