ପୂର୍ବ ବିଚାରଧାରାରେ ଦଳ ନାହିଁ – ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ୱର : ବିଜେଡି ଦଳରେ ଧୀରେ ଧୀରେ ବଢୁଛି ବରିଷ୍ଠଙ୍କ ଅସନ୍ତୋଷ । ଆଜି ପୁଣି ଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ଦଳ ଆଉ ପୂର୍ବ ବିଚାରଧାରାରେ ନାହିଁ । ଦଳ ଠିକ ଭାବରେ ବିରୋଧୀ ଭୂମିକା ନିର୍ବାହ କରୁନାହିଁ । ତେଣୁ ଦଳ ଯଦି ଠିକ ଭାବରେ ନଚାଲିବ ମୁଁ ଦଳ ଛାଡ଼ିବି । ମୁଁ ଦଳରେ ରହିଛି କିନ୍ତୁ କୌଣସି ସାଙ୍ଗଠନିକ କାର୍ଯ୍ୟରେ ଯୋଗ […]
ଭୁବନେଶ୍ୱର : ବିଜେଡି ଦଳରେ ଧୀରେ ଧୀରେ ବଢୁଛି ବରିଷ୍ଠଙ୍କ ଅସନ୍ତୋଷ । ଆଜି ପୁଣି ଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ଦଳ ଆଉ ପୂର୍ବ ବିଚାରଧାରାରେ ନାହିଁ । ଦଳ ଠିକ ଭାବରେ ବିରୋଧୀ ଭୂମିକା ନିର୍ବାହ କରୁନାହିଁ । ତେଣୁ ଦଳ ଯଦି ଠିକ ଭାବରେ ନଚାଲିବ ମୁଁ ଦଳ ଛାଡ଼ିବି । ମୁଁ ଦଳରେ ରହିଛି କିନ୍ତୁ କୌଣସି ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନାହିଁ । ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟି ନାହିଁ । ଦେବାଶିଷ,ରଣେନ୍ଦ୍ର,ଅରୁଣ ଏବଂ ଅମର ଶତପଥୀଙ୍କ ପରେ ମୁହଁ ଖୋଲିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ସେ ଆହୁରି କହିଛନ୍ତି ବର୍ତ୍ତମାନ ନୂଆ ବିଜେଡି ଗଠନ କରିବାର ସମୟ ଆସିନାହିଁ,ପୁରୁଣାକୁ ସଜାଡି ସଠିକ ପରିଚାଳନା ଦରକାର । ଦଳକୁ ଶୃଙ୍ଖଳିତ କରିବା ପାଇଁ PAC ଶୃଙ୍ଖଳା କମିଟି ଗଠନ ପାଇଁ କହିଥିଲୁ ,ହୋଇଛି । କିନ୍ତୁ ଅନ୍ୟ ପ୍ରସ୍ତାବ ଗୁଡିକ ଦଳରେ ଗ୍ରହଣ କରାଯାଇନାହିଁ ।
ଦଳକୁ ନେଇ ଦିନକୁ ଦିନ ନେତାଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ପାଣ୍ଡିଆନଙ୍କ ପ୍ରଭାବକୁ ଆଉ ସହଜରେ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ନେତା । ଗୁରୁଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୟାଗଡ଼ର ପୂର୍ବତନ ବିଧାୟକ ଅରୁଣ ସାହୁ’ବାବୁଗିରି’କୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଗତକାଲି ଯାଜପୁରର ବରିଷ୍ଠ ବିଜେଡି ନେତା ଅମର ଶତପଥୀ ନୂଆ ବିଜେଡି ଗଠନ କରିବାକୁ ଖୋଲାଖୋଲି ଆହ୍ୱାନ ଦେଇଥିଲେ ।




