ଓଡ଼ିଶାରେ ନାହିଁ ବନ୍ୟା ସ୍ଥିତି
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନାହିଁ I ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ପଶିଛି I ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି I ସୂଚନାନୁସାରେ, ଅତ୍ୟଧିକ ବର୍ଷା କାରଣରୁ ପାଣି ଆସିଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି I ସେ କହିଛନ୍ତି କି, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୫୦ ହଜାର କ୍ୟୁସେକ […]
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନାହିଁ I ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ପଶିଛି I ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି I
ସୂଚନାନୁସାରେ, ଅତ୍ୟଧିକ ବର୍ଷା କାରଣରୁ ପାଣି ଆସିଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି I ସେ କହିଛନ୍ତି କି, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୪ ଲକ୍ଷ ୫୫ ହଜାର କ୍ୟୁସେକ ବନ୍ୟାଜଳ I ବର୍ତ୍ତମାନ ହୀରାକୁଦରେ ୨୬ଟି ଗେଟ୍ ଦେଇ ବନ୍ୟା ଜଳ ଛଡାଯାଉଛି I ମୁଣ୍ଡଳୀରୁ ୭ଲକ୍ଷ ବନ୍ୟା ଜଳ ପ୍ରବାହିତ ହେଉଛି I ଆଉ ଦୁଇ ତିନି ଦିନ ଏମିତି ପାଣି ଅତିକ୍ରମ କରିବ I ଏସଆରସିଙ୍କ ସହ ଆମେ ଯୋଗାଯୋଗରେ ଅଛୁ I ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି I ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ ପ୍ରବଳ ବର୍ଷା ହୋଇଛି I ତେଣୁ ଏହି ପାଣି ଆସିଛି I ରାଜ୍ୟର ଜଳ ପରିଚାଳନା ସମ୍ପୂର୍ଣ୍ଣ ଠିକ ଅଛି I




