ଓଡ଼ିଶାକୁ ନାହିଁ ବାତ୍ୟା ଆଶଙ୍କା : ଆଇଏମଡି ଡିଜି
ଭୁବନେଶ୍ୱର : ଓଡିଶା ଉପରୁ ଟଳିଲା ବାତ୍ୟା ଆଶଙ୍କା I ବାତ୍ୟାଜନିତ ପବନ କି ବର୍ଷା, କିଛି ହେବନି ବୋଲି କହିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଗଭୀର ଅବପାତଟି ଆଜି ରାତି ସୁଦ୍ଧା ବାତ୍ୟାରେ ପରିଣତ ହେବ। କାଲି ସୁଦ୍ଧା ଭୀଷଣ ଓ ୧୨ ତାରିଖ ସୁଦ୍ଧା ଅତି ଭୀଷଣ ରୂପ ନେଇପାରେ।’ବୋଲି କହିଛନ୍ତି I ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ବାଂଲାଦେଶ କକ୍ସବଜାର ଓ ମିଆଁମାର […]
ଭୁବନେଶ୍ୱର : ଓଡିଶା ଉପରୁ ଟଳିଲା ବାତ୍ୟା ଆଶଙ୍କା I ବାତ୍ୟାଜନିତ ପବନ କି ବର୍ଷା, କିଛି ହେବନି ବୋଲି କହିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଗଭୀର ଅବପାତଟି ଆଜି ରାତି ସୁଦ୍ଧା ବାତ୍ୟାରେ ପରିଣତ ହେବ। କାଲି ସୁଦ୍ଧା ଭୀଷଣ ଓ ୧୨ ତାରିଖ ସୁଦ୍ଧା ଅତି ଭୀଷଣ ରୂପ ନେଇପାରେ।’ବୋଲି କହିଛନ୍ତି I
୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବ। ଉପକୂଳ ଛୁଇଁଲା ବେଳେ ପବନ ୧୧୦ରୁ ୧୩୦ କି.ମି. ବେଗରେ ବହିପାରେ। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି।’ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବ। ଉପକୂଳ ଛୁଇଁଲା ବେଳେ ପବନର ବେଗ ୧୧୦ରୁ ୧୩୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। ପଶ୍ଚିମବଙ୍ଗ ଉପକୂଳରେ ଏହି ବାତ୍ୟାର ପ୍ରଭାବ ପଡ଼ିବ। ୫୦ କିମି ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




