ରାଜ୍ୟରେ ବର୍ତମାନ ବନ୍ୟା ସ୍ଥିତି ନାହିଁ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ପଛକୁ ପଛ ଲଘୁଚାପ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି I ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁଁ ମହାନଦୀ ସମେତ ଅନେକ ଛୋଟ ବଡ଼ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି I ତେବେ ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ବନ୍ୟା ସ୍ଥିତି ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି, ଏବେ ରାଜ୍ୟରେ ନିକଟରେ ଏକ ମଧ୍ୟମ ଧରଣର ବନ୍ୟା ହୋଇଛି। ଯାହା କିଛି […]
ଭୁବନେଶ୍ବର: ପଛକୁ ପଛ ଲଘୁଚାପ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି I ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁଁ ମହାନଦୀ ସମେତ ଅନେକ ଛୋଟ ବଡ଼ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି I ତେବେ ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ବନ୍ୟା ସ୍ଥିତି ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି, ଏବେ ରାଜ୍ୟରେ ନିକଟରେ ଏକ ମଧ୍ୟମ ଧରଣର ବନ୍ୟା ହୋଇଛି। ଯାହା କିଛି କ୍ଷତି ହୋଇଛି, ଆକଳନ ପରେ ତାହାର କ୍ଷୟକ୍ଷତି ରିପୋର୍ଟ ଆସିବ।
ସମ୍ଭାବ୍ୟ ବନ୍ୟା ଓ ସରକାରଙ୍କ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ସବୁ ବର୍ଷା ଯେ ବନ୍ୟା କରିବ, ତାହା କୁହାଯାଇପାରିବ ନାହିଁ। ନଦୀକୁ ବି ବଞ୍ଚିବାକୁ ପଡ଼ିବ। ବେଶୀ ବର୍ଷା ହେଲେ ବନ୍ୟା ସମ୍ଭାବନା ରହେ। କିନ୍ତୁ ସେ ଦିଗରେ ସରକାର ସଚେତନ ଅଛନ୍ତି। ଓଏସଡିଏମଏ ଏନେଇ ସବୁବେଳେ ସତର୍କ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ବ୍ୟବସ୍ଥା କରାଯିବା କଥା କରାଯାଇଛି। ଆମେ ପ୍ରସ୍ତୁତ ଅଛୁ।




