ମଣିଷ ଦେହରେ ବାର୍ଡ଼ ଫ୍ଲୁ ନାହିଁ – ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର : ମଣିଷ ଦେହରେ ନାହିଁ ବାର୍ଡ଼ ଫ୍ଲୁ । ରାଜ୍ୟରେ କେହି ବାର୍ଡ଼ ଫ୍ଲୁରେ ସଂକ୍ରମିତ ହୋଇ ନାହାନ୍ତି । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି, ବ୍ୟାପକ ସଚେତନତା କରାଯାଉଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ […]
ଭୁବନେଶ୍ୱର : ମଣିଷ ଦେହରେ ନାହିଁ ବାର୍ଡ଼ ଫ୍ଲୁ । ରାଜ୍ୟରେ କେହି ବାର୍ଡ଼ ଫ୍ଲୁରେ ସଂକ୍ରମିତ ହୋଇ ନାହାନ୍ତି । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି, ବ୍ୟାପକ ସଚେତନତା କରାଯାଉଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ ବୁଧବାର ମିଳିଥିବା ସୂଚନାନୁଯାୟୀ,୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ । ଲକ୍ଷଣ ଥିବା ୨ ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପୁଣେ ଭାଇରୋଲୋଜି ସେଣ୍ଟରକୁ ମଧ୍ୟ ନମୁନା ପଠାଯାଇଥିଲା। ରିପୋର୍ଟକୁ ଅପେକ୍ଷା ରହିଥିଲା । ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆରଏମଆରସି ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ ।




