ମୃତ୍ୟୁ ପରେ ବି ଅଛୁଆଁ

କୁଚିଣ୍ଡା : ସମାଜରୁ ହଟି ନାହିଁ ଜାତିଆଣ କୁସଂସ୍କାର । ମୃତ୍ୟୁ ପରେ ବି ଅଛୁଆଁ ହେଲା ଶବ । କାନ୍ଧ ଦେବାକୁ ଆସିଲେ ନାହିଁ ସମ୍ପର୍କୀୟ । ଫଳରେ ଟ୍ରଲିରେ ବୁହାହୋଇ ସତ୍କାର ପାଇଁ ଗଲା ମୃତଦେହ । ଏଭଳି ବିକଳ ଚିତ୍ର ସମ୍ବଲପୁର କୁଚିଣ୍ଡା ଏନଏସିର ୫ ନମ୍ବର ୱାର୍ଡରୁ ସାମ୍ନାକୁ ଆସିଛି । ସୂଚନାନୁସାରେ,କୁଚିଣ୍ଡା ସହରର ୫ ନମ୍ବର ୱାର୍ଡରେ ଗୋମତୀ ଛତ୍ରିଆ (୮୦) ନିଜ ଝିଅ ସୁସ୍ମିତା ଗୁରୁ ଓ ଜ୍ୱାଇଁ […]

Samaya Live Picture
Published On

କୁଚିଣ୍ଡା : ସମାଜରୁ ହଟି ନାହିଁ ଜାତିଆଣ କୁସଂସ୍କାର । ମୃତ୍ୟୁ ପରେ ବି ଅଛୁଆଁ ହେଲା ଶବ । କାନ୍ଧ ଦେବାକୁ ଆସିଲେ ନାହିଁ ସମ୍ପର୍କୀୟ । ଫଳରେ ଟ୍ରଲିରେ ବୁହାହୋଇ ସତ୍କାର ପାଇଁ ଗଲା ମୃତଦେହ । ଏଭଳି ବିକଳ ଚିତ୍ର ସମ୍ବଲପୁର କୁଚିଣ୍ଡା ଏନଏସିର ୫ ନମ୍ବର ୱାର୍ଡରୁ ସାମ୍ନାକୁ ଆସିଛି ।

ସୂଚନାନୁସାରେ,କୁଚିଣ୍ଡା ସହରର ୫ ନମ୍ବର ୱାର୍ଡରେ ଗୋମତୀ ଛତ୍ରିଆ (୮୦) ନିଜ ଝିଅ ସୁସ୍ମିତା ଗୁରୁ ଓ ଜ୍ୱାଇଁ ମନବୋଧ ଗୁରୁଙ୍କ ସହିତ ରହୁଥିଲେ । ଗତକାଲି ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଗୋମତୀଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ସମ୍ପର୍କୀୟ ମାନଙ୍କୁ ଖବର ଦିଆଯାଇଥିଲେ ମଧ୍ୟ କେହି ଆସି ନଥିଲେ । ୫୫୦ କିଷାନ ଜାତି ସମାଜ ମୃତଦେହକୁ କାନ୍ଧ ଦେବାପାଇଁ ମନା କରିଦେଇଥିଲେ । କାରଣ ତାଙ୍କ ଝିଅ ସୁସ୍ମିତା ଅନ୍ୟ ଜାତିରେ ବାହା ହୋଇଥିଲେ । ତେଣୁ ଗୋମତୀଙ୍କର ଶବକୁ କାନ୍ଧ ଦେଇନଥିଲେ ସ୍ଥାନୀୟ ଲୋକେ । ଫଳରେ ବାଧ୍ୟହୋଇ ସମ୍ପର୍କୀୟଙ୍କ ପୁତୁରା ଓ ଜ୍ୱାଇଁ ମିଶି ଟ୍ରଲିରେ ଶବ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କିଷାନ ଜାତି ସମାଜର ଜିଲ୍ଲା ସଭାପତି ପଂଚାନନ ପ୍ରଧାନ ।

Tags: