ରାଜଧାନୀରେ ଡେଙ୍ଗୁକୁ ନେଇ ଚିନ୍ତାବଢୁଛି
ଭୁବନେଶ୍ୱର : ରାଜଧାନୀରେ ମାଡ଼ିଚାଲିଛି ଡେଙ୍ଗୁ ଆତଙ୍କ l ଆଜି ଆଉ ୫ ଅଞ୍ଚଳରେ ଡେଙ୍ଗୁ ପୀଡିତା ଚିହ୍ନଟ l ଏହାକୁ ମିଶାଇ ୧୯୦ ଅଞ୍ଚଳ ଡେଙ୍ଗୁ ରେ ଆକ୍ରାନ୍ତ l ସୂଚନାନୁଶାରେ , ଭୁବନେଶ୍ୱରେ ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଗଲାଣି l ଆଜି ଗୋଟିଏ ଦିନରେ ୨୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ସରକାରୀ ଭାବେ ସଂଖ୍ୟା ସାଢେ ୩ ହଜାର ପାର କଲାଣି l ଏହି କ୍ରମରେ ଆଜି ବୁଧେଶ୍ୱରୀ କଲୋନୀ, କଟକରୋଡ, ରାମମନ୍ଦିର […]
ଭୁବନେଶ୍ୱର : ରାଜଧାନୀରେ ମାଡ଼ିଚାଲିଛି ଡେଙ୍ଗୁ ଆତଙ୍କ l ଆଜି ଆଉ ୫ ଅଞ୍ଚଳରେ ଡେଙ୍ଗୁ ପୀଡିତା ଚିହ୍ନଟ l ଏହାକୁ ମିଶାଇ ୧୯୦ ଅଞ୍ଚଳ ଡେଙ୍ଗୁ ରେ ଆକ୍ରାନ୍ତ l
ସୂଚନାନୁଶାରେ , ଭୁବନେଶ୍ୱରେ ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଗଲାଣି l ଆଜି ଗୋଟିଏ ଦିନରେ ୨୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ସରକାରୀ ଭାବେ ସଂଖ୍ୟା ସାଢେ ୩ ହଜାର ପାର କଲାଣି l ଏହି କ୍ରମରେ ଆଜି ବୁଧେଶ୍ୱରୀ କଲୋନୀ, କଟକରୋଡ, ରାମମନ୍ଦିର ଅଞ୍ଚଳକୁ ଡେଙ୍ଗୁ ଛୁଇଁଛି l ଏହି ଅଞ୍ଚଳ ନୂଆ କରି ତାଲିକାରେ ସାମିଲ ହୋଇଛନ୍ତି l କ୍ୟାପିଟାଲ ହସ୍ପିଟାଲ, ନୂଆପଲ୍ଲୀ ଓ ପଟିଆରୁ ୧୧୬୩ ରୋଗୀଙ୍କ ରକ୍ତନମୁନା ସଂଗ୍ରହ କରାଯାଇଥିଲା l ସେଥିରୁ ୨୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ଅର୍ଥାତ ଟେଷ୍ଟ ପଜିଟିଭ ହାର ୧୭ ପ୍ରତିଶତ ରହିଛି l କେବଳ ସେପ୍ଟେମ୍ବର ମାସ ୧୪ ତାରିଖ ସୁଦ୍ଧା ୧୪୦୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି l ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଶହ ଶହ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି l ହେଲେ ବିଭାଗୀୟ ଅଧିକାରୀମାନଙ୍କ ଚେତା ପଶୁନି l ଗୁରୁତର ଘଟଣାକୁ ଅତି ହାଲୁକା ଭାବେ ନେଉଛନ୍ତି l ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି l




