ମହାନଦୀରେ ଘାଇ,ତଳମୁଣ୍ଡରେ ବନ୍ୟା ପରିସ୍ଥିତି

ପାରାଦୀପ: ରାଜ୍ୟରେ ୩ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଦେଖା ଦେଇଛି ବନ୍ୟା ପରିସ୍ଥିତି I ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ଜଳକା, ବଂଶଧାରା ଇତ୍ୟାଦି ନଦୀ ଫୁଲିବାରେ ଲାଗିଛି । ଆଜି ଭୋର ସମୟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଘାଇ ସୃଷ୍ଟି ହେବା ଯୋଗୁ ତେରମାଣପୁର ଗାଁ ଓ କୋଟ ସାହି ସହ ଆଖପାଖ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି। ଗତବର୍ଷ ମଧ୍ୟ ସମାନ ସ୍ଥାନରେ […]

Samaya Live Picture
Published On

ପାରାଦୀପ: ରାଜ୍ୟରେ ୩ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଦେଖା ଦେଇଛି ବନ୍ୟା ପରିସ୍ଥିତି I ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ଜଳକା, ବଂଶଧାରା ଇତ୍ୟାଦି ନଦୀ ଫୁଲିବାରେ ଲାଗିଛି । ଆଜି ଭୋର ସମୟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଘାଇ ସୃଷ୍ଟି ହେବା ଯୋଗୁ ତେରମାଣପୁର ଗାଁ ଓ କୋଟ ସାହି ସହ ଆଖପାଖ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି। ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ବନ୍ୟାପରେ ଏହି ଘାଇର ମରାମତି କରାଯାଇଥିଲା। ଏଥର ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ନିମ୍ନମାନର କାମ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଆଜି ଭୋରୁ ସୃଷ୍ଟି ହୋଇଛି ଘାଇ, ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ଲୋକେ ଶୋଇଥିବାବେଳେ ବନ୍ଧ ଭାଙ୍ଗିଯାଇଥିବା ସୂଚନା ମିଳିଛି । ବହୁ ଲୋକଙ୍କ ଘରେ ବନ୍ୟାଜଳ ପଶିଯାଇଥିବା ଖବର ମିଳିଛି ।

ପ୍ରତି ବର୍ଷ କୋଟି କୋଟି ଟଙ୍କାର କାମ ହେବା ସତ୍ତ୍ୱେ ମହାନଦୀରେ ପୁନର୍ବାର ଏଭଳି ଘାଇ ହେତୁ ମହାନଦୀ ସାଉଥ ଡିଭିଜନ ବିବାଦ ଘେରକୁ ଆସିଛି I ଏହି ଘଟଣାର ପ୍ରକୃତ ତଦନ୍ତ କରିବାକୁ ସ୍ୱର ଉଠିଛି I

ଅନ୍ୟପଟେ ଉପରମୁଣ୍ଡରୁ ମହାନଦୀକୁ ପାଣି ମାଡ଼ିଆସୁଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୪.୬୦ ଫୁଟ ଥିବା ଜଣାପଡିଛି । ଏବେ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ୪ ଲକ୍ଷ ୩୨ ହଜାର ୮୦୮ କୁୃସେକ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଂଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବନ୍ୟା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ପ୍ରଶାସନ ବି ସଜାଗ ରହଛି ।

Tags: