ରାଜ୍ୟକୁ ୫ଦିନ ଯାଏ ବର୍ଷା ନାହିଁ

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଦୁର୍ବଳହେବାରୁ ଓଡିଶାରେ ବର୍ଷାକମ୍‌ ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟାରେ ମଧ୍ୟରେ ସାରା ରାଜ୍ୟରେ ହାରାହାରି ୦.୧ ମିମି ବର୍ଷା ହୋଇଥବା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୯୯ ଡିଗ୍ରୀ କମ୍‌ ରହିଛି । ଦୁର୍ବଳ ମୌସୁମୀ କାରଣରୁ ପ୍ରବଳ ଗୁଳଗୁଳି ଅନୁଭୁତ ହେଉଛି । ବାଲେଶ୍ୱରସହିତ କେତେକ ଜିଲ୍ଲାରେ ଗୁଳଗୁଳି ଲାଗିରହିଛ । ଆଜି ବାଲେଶ୍ୱର ଜିଲ୍ଲାର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରେକଡ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଦୁର୍ବଳହେବାରୁ ଓଡିଶାରେ ବର୍ଷାକମ୍‌ ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟାରେ ମଧ୍ୟରେ ସାରା ରାଜ୍ୟରେ ହାରାହାରି ୦.୧ ମିମି ବର୍ଷା ହୋଇଥବା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୯୯ ଡିଗ୍ରୀ କମ୍‌ ରହିଛି ।

ଦୁର୍ବଳ ମୌସୁମୀ କାରଣରୁ ପ୍ରବଳ ଗୁଳଗୁଳି ଅନୁଭୁତ ହେଉଛି । ବାଲେଶ୍ୱରସହିତ କେତେକ ଜିଲ୍ଲାରେ ଗୁଳଗୁଳି ଲାଗିରହିଛ । ଆଜି ବାଲେଶ୍ୱର ଜିଲ୍ଲାର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରେକଡ କରାଯାଇଥିବା ବେଳେ ପାରାଦୀପ୍ରେ ୩୫.୬,ଜଗତସିଂହପୁର ୩୫.୫,ପାରଳାଖେମୁଣ୍ଡି ୩୫.୪,ଚାନ୍ଦବାଲି ୩୫.୩,ପୁରୀ ୩୫.୨,ମାଲକାନଗିରି ଓ ଜାଯପୁର୍‌ରେ ୩୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଜିର ମୌସୁମୀ ନିମ୍ମଚାପରେଖା ସାଧାରଣ ଅବସ୍ଥା ଠାରୁ ଉତ୍ତରରେ କମ୍‌ ରହିଛି । ଏହା ପଞ୍ଜାବ,ଅମୃତସର ରୁ ବାହାରି ଚଣ୍ଡିଗଡ,ଗୋରଖପୁର, ସୁପାଉଲ ମଧ୍ୟ ଦେଇ ପଶ୍ଚିମ ବାଲିଘାଟ ମଣିପୁର ପର୍ଯ୍ୟନ୍ତ ଲମ୍ବିଛି ।

ପାଣିପାଗ ବିଭାଗ ଏଚ୍‌.ଆଇ ବିଶ୍ୱାଳ କହିଛନ୍ତି,ମୌସୁମି ଦୁର୍ବଳ ଥିବାରୁ ଆଗାମୀ ୫ ଦିନ ଯାଏ କୌଣସି ବର୍ଷାର ସମ୍ଭାବନା ନାହିଁ । ମୌସୁମୀ ବର୍ଷା ଜୁନ୍‌ରୁ ଆଜିପର୍ଯ୍ୟନ୍ତ ରାଜ୍ୟରେ ୬୪୫.୦ ମିମି ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ଭାବରେ ୬୬୬.୦ ମିମି ହେବାକଥା । କିନ୍ତୁ ମୌସୁମୀର ପ୍ରଭାବ ବହୁତ କମ୍‌ ହୋଇଛିା କେନ୍ଦ୍ରାପଡା,ଗଞ୍ଜାମ,ପୁରୀ,ଖୋଦ୍ଧା,ଜଗତତ୍ସିଂହପୁର, ଜାଯପୁର, ନବରଙ୍ଗପୁର ,କଳାହାଣ୍ଡି ଜିଲ୍ଲାରେ ବହୁତ କମ୍‌ ବର୍ଷା ହୋଇଥିବା ଦେଖିବାକୁ ମିଳଛି । ସେହିପରି ଝାରସୁଗୁଡା, ସମ୍ବଲପୁର ,ସୁବର୍ଣ୍ଣପୁର ,ଦେବଗଡ,ବୌଦ୍ଧ,ଅନୁଗୁଳରେ ଆବଶ୍ୟକ ଠାରୁ ଅଧିକ ବର୍ଷା ହୋଇଛି । ଆସନ୍ତା୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବା ଅନୁମାନ କରାଯାଇଛି ।

Tags: