ଶିମିଳିପାଳରେ ଅଛନ୍ତି ୪୦ ମହାବଳ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୪୦ ମହାବଳ ବାଘ । ଜିନତ ଓ ଯମୁନାକୁ ମିଶାଇ ଅଛନ୍ତି ୪୦ ମହାବଳ ବାଘ। ତେବେ ଏହି ୪୦ରୁ ୬ ଶାବକ,୧୭ଟି ବାଘୁଣୀ ରହିଛନ୍ତି। ସେହିଭଳି ଶିମିଳିପାଳରେ ଥିବା ମହାବଳ ମଧ୍ୟରେ ୧୮ ଟି କଳା ମହାବଳ ଅଛନ୍ତି। ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ଗତବର୍ଷ ଶିମିଳିପାଳରେ ୨୭ ମହାବଳ ସହ ୮ ଶାବକ ଥିଲେ। ଏନେଇ […]

ଶିମିଳିପାଳରେ ଅଛନ୍ତି ୪୦ ମହାବଳ
Samaya Live Picture
Published On

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୪୦ ମହାବଳ ବାଘ । ଜିନତ ଓ ଯମୁନାକୁ ମିଶାଇ ଅଛନ୍ତି ୪୦ ମହାବଳ ବାଘ। ତେବେ ଏହି ୪୦ରୁ ୬ ଶାବକ,୧୭ଟି ବାଘୁଣୀ ରହିଛନ୍ତି। ସେହିଭଳି ଶିମିଳିପାଳରେ ଥିବା ମହାବଳ ମଧ୍ୟରେ ୧୮ ଟି କଳା ମହାବଳ ଅଛନ୍ତି। ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ଗତବର୍ଷ ଶିମିଳିପାଳରେ ୨୭ ମହାବଳ ସହ ୮ ଶାବକ ଥିଲେ। ଏନେଇ ଶୁକ୍ରବାର ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଦେଇଥିବା ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୟୂରଭଞ୍ଜ ଜିଲାର ଏହି ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଥିଲେ। ଏହାକୁ ଜାତୀୟ ଉଦ୍ୟାନ ଘୋଷଣା ପରେ ଏହା ଭାରତର ୧୦୭ ଓ ଓଡିଶାର ୨ ନମ୍ବର ଜାତୀୟ ପାର୍କ ହୋଇଛି। ଆଜି ଠାରୁ ଏହା ଶିମିଳିପାଳ ଜାତୀୟ ଉଦ୍ୟାନ ବା ନ୍ୟାଶନାଲ ପାର୍କ ଭାବରେ ପରିଗଣିତ ହୋଇଛି ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶରାମ କହିଛନ୍ତି।

Tags: