ଓଡ଼ିଶାରେ ଅଛନ୍ତି ୩୦ ମହାବଳ ବାଘ
ଭୁବନେଶ୍ୱର : ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ। ରାଜ୍ୟ ବାଘ ଗଣନାରେ ବଢିଲା ବାଘ ସଂଖ୍ୟା। ଓଡିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ ଓ ୮ ଶାବକ (୧ ବର୍ଷରୁ କମ)। କେବଳ ଶିମିଳିପାଳରେ ଅଛନ୍ତି ୨୭ମହାବଳ ବାଘ। ସେହିପରି ୧ ବର୍ଷ ରୁ କମ ୮ ବାଘ ଛୁଆ ଶିମିଳିପାଳରେ ଅଛନ୍ତି। ବାଘ ଗଣନା ରିପୋର୍ଟ ଆସିବା ପରେ ଟ୍ବିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଶିମିଳିପାଳକୁ ଛାଡି କେନ୍ଦୁଝରରେ ଗୋଟିଏ, ପାରଳାଖେମୁଣ୍ଡିରେ […]
ଭୁବନେଶ୍ୱର : ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ। ରାଜ୍ୟ ବାଘ ଗଣନାରେ ବଢିଲା ବାଘ ସଂଖ୍ୟା। ଓଡିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ ଓ ୮ ଶାବକ (୧ ବର୍ଷରୁ କମ)। କେବଳ ଶିମିଳିପାଳରେ ଅଛନ୍ତି ୨୭ମହାବଳ ବାଘ। ସେହିପରି ୧ ବର୍ଷ ରୁ କମ ୮ ବାଘ ଛୁଆ ଶିମିଳିପାଳରେ ଅଛନ୍ତି। ବାଘ ଗଣନା ରିପୋର୍ଟ ଆସିବା ପରେ ଟ୍ବିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।
ଶିମିଳିପାଳକୁ ଛାଡି କେନ୍ଦୁଝରରେ ଗୋଟିଏ, ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦରେ ଗୋଟିଏ ମହାବଳ ବାଘ ଥିବା ଚି଼ହ୍ନଟ ହୋଇଛି। ୩୦ ମହାବଳ ମଧ୍ୟରୁ ୧୪ଟି ଅଣ୍ଡିରା, ୧୩ଟି ମାଇ ବାଘ ଥିବା ବେଳେ ୩ଟିର ଲିଙ୍ଗ ନିରୂପଣ ହୋଇପାରି ନଥିବା କହିଛି ବନ ବିଭାଗ। ଅନ୍ୟପଟେ ଶିମିଳିପାଳରେ ଆଉ ୩ ମହାବଳ ବାଘ ଚି଼ହ୍ନଟ ହୋଇଥିଲେ ମଧ୍ୟ କ୍ୟାମେରା ଟ୍ରାପରେ ତାହା ଜଣା ପଡ଼ିନାହିଁ।
ସୂଚନାନୁସାରେ, ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ୧୩ଟି ପ୍ରଜାତିର ବିରଳ କଳାବାଘ ରହିଥିବା ଓଡ଼ିଶା ସରକାରଙ୍କ ରିପୋର୍ଟ କହିଛି । ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭ ଥିବାକୁ ଭୁଲ୍ ଦର୍ଶାଇ ଓଡ଼ିଶା ସରକାର ପ୍ରଥମଥର ପାଇଁ ନିଜସ୍ୱ ବାଘ ଗଣନା କରିଥିଲେ । ଯାହାର ରିପୋର୍ଟ ଆଜି ପ୍ରକାଶ ପାଇଛି ।




