ମେଡିକାଲରୁ ପୁଣି ନବଜାତକ ଚୋରି
ନୟାଗଡ଼ : ମେଡିକାଲ୍ରୁ ପୁଣି ନବଜାତ ଚୋରି ଅଭିଯୋଗ । ନୟାଗଡ଼ ଜିଲ୍ଲା ରଣପୁର ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି । ଶିଶୁ ଜନ୍ମ ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ ହୋଇଥିବା ଆଭିଯୋଗ କରିଛନ୍ତି ପରିବାର ଲୋକ । ଚୋରି ଅଭିଯୋଗ ପରେ ମେଡିକାଲରେ ତନାଘନା ଆରମ୍ଭ ହୋଇଛି । ଜନ୍ମ ହେବାର କିଛି ସମୟ ପରେ ନବଜାତ ଶିଶୁକୁ କିଏ ଆଉ କେଉଁଆଡ଼େ ନେଲା ତାହା […]
ନୟାଗଡ଼ : ମେଡିକାଲ୍ରୁ ପୁଣି ନବଜାତ ଚୋରି ଅଭିଯୋଗ । ନୟାଗଡ଼ ଜିଲ୍ଲା ରଣପୁର ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି । ଶିଶୁ ଜନ୍ମ ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ ହୋଇଥିବା ଆଭିଯୋଗ କରିଛନ୍ତି ପରିବାର ଲୋକ । ଚୋରି ଅଭିଯୋଗ ପରେ ମେଡିକାଲରେ ତନାଘନା ଆରମ୍ଭ ହୋଇଛି । ଜନ୍ମ ହେବାର କିଛି ସମୟ ପରେ ନବଜାତ ଶିଶୁକୁ କିଏ ଆଉ କେଉଁଆଡ଼େ ନେଲା ତାହା ବର୍ତ୍ତମାନସୁଦ୍ଧା ଜଣାପଡି ନାହିଁ ।
ସୂଚନା ଅନୁଯାୟୀ, ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ାଙ୍କୁ ପ୍ରସବ ପାଇଁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା । ସେଠାରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ଏହି ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ। କିଛି ସମୟ ପରେ ପରିବାର ଲୋକେ ପହଞ୍ଚି ପ୍ରସବ ହୋଇ ସାରିଥିବା ଶୁଣିବାକୁ ପାଇଥିବା ବେଳେ ପିଲାକୁ କିନ୍ତୁ ପାଇ ନ ଥିଲେ। ଏନେଇ ଶିଶୁ ପୁତ୍ରକୁ କିଏ ଚୋରି କରି ନେଇଥିବା ପରିବାରଲୋକେ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ସୁଦ୍ଧା ଶିଶୁ ପୁତ୍ରକୁ ଠାବ କରାଯାଇ ପରି ନଥିବାବେଳେ,ମେଡିକାଲ କର୍ତ୍ତୃପକ୍ଷ CCTV ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି ।




