ବିବାହ ମଣ୍ଡପରୁ ଚୋରି ଘଟଣା,ପୁରୀରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ତାରକା ହୋଟେଲ ବିବାହ ମଣ୍ଡପରୁ ଚୋରି ଘଟଣା । ୩ ଦିନ ପରେ ପୁରୀରୁ ଅଭିଯୁକ୍ତ ଗିରଫ। ସମାନ ଢଙ୍ଗରେ ପୁରୀରୁ ଏକ ବିବାହ ମଣ୍ଡପରେ ଚୋରି କରୁଥିବାବେଳେ ଚୋରକୁ ଧରିଛି ପୁରୀ ବଳିଆପଣ୍ଡା ପୋଲିସ । ଗରିଫ ଯୁବକ ରିତେଶ ସିସୋଦିଆ । ରିତେଶର ଘର ମଧ୍ୟପ୍ରଦେଶ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ରିତେଶର ଜଣେ ସହଯୋଗୀ ଫେରାର ହୋଇଯାଇଛି । ସୂଚନାନୁସାରେ,ଗତ ୨ ଦିନ ପୂର୍ବରୁ ରାଜଧାନୀର ଏକ ଷ୍ଟାର୍ ହୋଟେଲରେ […]

ବିବାହ ମଣ୍ଡପରୁ ଚୋରି ଘଟଣା,ପୁରୀରୁ ଅଭିଯୁକ୍ତ ଗିରଫ
Samaya Live Picture
Published On

ଭୁବନେଶ୍ୱର : ତାରକା ହୋଟେଲ ବିବାହ ମଣ୍ଡପରୁ ଚୋରି ଘଟଣା । ୩ ଦିନ ପରେ ପୁରୀରୁ ଅଭିଯୁକ୍ତ ଗିରଫ। ସମାନ ଢଙ୍ଗରେ ପୁରୀରୁ ଏକ ବିବାହ ମଣ୍ଡପରେ ଚୋରି କରୁଥିବାବେଳେ ଚୋରକୁ ଧରିଛି ପୁରୀ ବଳିଆପଣ୍ଡା ପୋଲିସ । ଗରିଫ ଯୁବକ ରିତେଶ ସିସୋଦିଆ । ରିତେଶର ଘର ମଧ୍ୟପ୍ରଦେଶ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ରିତେଶର ଜଣେ ସହଯୋଗୀ ଫେରାର ହୋଇଯାଇଛି ।

ସୂଚନାନୁସାରେ,ଗତ ୨ ଦିନ ପୂର୍ବରୁ ରାଜଧାନୀର ଏକ ଷ୍ଟାର୍ ହୋଟେଲରେ ଜଣେ ଅବସରପ୍ରାପ୍ତ ଏଚଆର୍ ସରୋଜ କୁମାର ମିଶ୍ରଙ୍କ ଝିଅ ସଂଜନିକା ମିଶ୍ରଙ୍କ ସହ ଝାଡଖଣ୍ଡ ଚକ୍ରଧରପୁରର ଡାକ୍ତର ଅଭିଷେକ ଷଡଙ୍ଗୀଙ୍କ ସହ ବିବାହ ଉତ୍ସବ ଚାଲିଥିଲା। ଏତିକିବେଳେ ୨ ଚୋର ଅତିଥି ବେଶରେ ଆସି ମଣ୍ଡପରୁ ଟଙ୍କା ଓ ସୁନା ଗହଣା ସବୁ ଯାହା ଥିଲା ନେଇ ପଳାଇଥିଲେ । ତେବେ ଘଟଣା ଜଣାପଡିବା ପରେ ସିସିଟିଭିରେ ଦୁଇ ଧୂର୍ତ୍ତଙ୍କର ଭିଜୁଆଲ ଖୋଜା ପଡିଥିଲା । ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍ ଉଠାଇ କାରରେ ଛୁ’ ମାରିଥିବା ଦେଖିବାକୁ ମିଳିଛି । ମୈତ୍ରବିହାର ଥାନା ପୋଲିସ ସେମାନଙ୍କୁ ଠାବ କରିବାରେ ସମ୍ଭବପର ହୋଇନଥିଲା । କିନ୍ତୁ ଚୋର ଘର ସବୁଦିନ ଅନ୍ଧାର ରହିନଥାଏ ଭଳି ଘଟଣା ଘଟିଥିଲା । ଏହି ୨ ଚୋର ପୁଣି ସମାନ ଢଙ୍ଗରେ ପୁରୀରୁ ଏକ ବିବାହ ମଣ୍ଡପରୁ ଚୋରି କରୁଥିଲେ । ଏହା ସିସିଟିଭି ରେ କଏଦ ହୋଇଥିଲା । ଘଟଣାର ଅଭିଯୋଗ ପାଇବା ପରେ ବଳିଆପଣ୍ଡା ପୋଲିସ ତଦନ୍ତ କରି ପୁରୀରୁ ଏହି ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜ୍ୟର ହୋଇଥିବା ସୂଚନା ମିଳିଛି। ତା’ର ଅନ୍ୟ ଜଣେ ସହଯୋଗୀ ଫେରାର ରହିଥିବାବେଳେ ତାକୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।

Tags: