ହାତୀ ଲାଙ୍ଗୁଡ଼ ଟାଣି ଯୁବକ ଗିରଫ
ଅନୁଗୁଳ : ହାତୀ ଲାଙ୍ଗୁଡ଼ ଟାଣିବା ପଡ଼ିଲା ମହଙ୍ଗା। ଯୁବକଙ୍କୁ ଗିରଫ କଲା ବନବିଭାଗ। ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଏଭଲି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟନାନୁସାରେ,ଅନୁଗୁଳ ବଅଁରପାଳ ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀକୁ କିଛି ଯୁବକ ହଇରାଣ କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ହାତୀର ଲାଙ୍ଗୁଡ଼ ଟାଣି ଦୌଡ଼ି ପଳାଇ ଯାଉଥିଲା। ଏଥିରେ ଦନ୍ତାଟି ଉତ୍ତେଜିତ ହୋଇ ଏଣେତେଣେ ଦୌଡ଼ିବା ସହ ଯୁବକମାନଙ୍କୁ ମଧ୍ୟ ଗୋଡ଼ାଉଥିଲା। ଘଟଣାସ୍ଥଳରେ ଥିବା ଜଣେ ଯୁବକ […]
ଅନୁଗୁଳ : ହାତୀ ଲାଙ୍ଗୁଡ଼ ଟାଣିବା ପଡ଼ିଲା ମହଙ୍ଗା। ଯୁବକଙ୍କୁ ଗିରଫ କଲା ବନବିଭାଗ। ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଏଭଲି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଘଟନାନୁସାରେ,ଅନୁଗୁଳ ବଅଁରପାଳ ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀକୁ କିଛି ଯୁବକ ହଇରାଣ କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ହାତୀର ଲାଙ୍ଗୁଡ଼ ଟାଣି ଦୌଡ଼ି ପଳାଇ ଯାଉଥିଲା। ଏଥିରେ ଦନ୍ତାଟି ଉତ୍ତେଜିତ ହୋଇ ଏଣେତେଣେ ଦୌଡ଼ିବା ସହ ଯୁବକମାନଙ୍କୁ ମଧ୍ୟ ଗୋଡ଼ାଉଥିଲା। ଘଟଣାସ୍ଥଳରେ ଥିବା ଜଣେ ଯୁବକ କ୍ୟାମେରାରେ ଏହାର ଭିଡିଓ ଉତ୍ତୋଳନ କରୁଥିଲେ। ପରେ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହେବାପରେ ବନବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦିନେଶ ସାହୁଙ୍କୁ ଗିରଫ କରାଯାଇଥିବା DFO ସୂଚନା ଦେଇଛନ୍ତି।




