ନେତାଜୀ ସେତୁକୁ ଡେଇଁ ଯୁବକ ନିଖୋଜ
ଭୁବନେଶ୍ୱର : ନେତାଜୀ ସେତୁରୁ ଡେଇଁ ଯୁବ ବ୍ୟବସାୟୀ ନିଖୋଜ । ତ୍ରିଶୂଳିଆ ନିକଟସ୍ଥ କାଠଯୋଡ଼ିର ନେତାଜୀ ସେତୁ ଉପରୁ ପାଣିକୁ ଡେଇଁ ନିଖୋଜ ହୋଇଛନ୍ତି ଗୁଜୁରାଟି ଅନଲାଇନ ଟ୍ରେଡ଼ର ତୁଷାର ଭଟ୍ଟ (୩୦) । ସେତୁ ଉପରେ କାର ଓ ଚପଲ ଛାଡ଼ି ସେ ପାଣିକୁ ଡେଇଁଥିବା ଜଣାପଡିଛି । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଏଲିନା ଭଟ୍ଟ । ପୁଲିସ ଅଭିଯୋଗ ଆଧାରରେ ଖୋଜାଖୋଜି କରୁଥିବା ବେଳେ ୨୪ ଘଣ୍ଟା […]
ଭୁବନେଶ୍ୱର : ନେତାଜୀ ସେତୁରୁ ଡେଇଁ ଯୁବ ବ୍ୟବସାୟୀ ନିଖୋଜ । ତ୍ରିଶୂଳିଆ ନିକଟସ୍ଥ କାଠଯୋଡ଼ିର ନେତାଜୀ ସେତୁ ଉପରୁ ପାଣିକୁ ଡେଇଁ ନିଖୋଜ ହୋଇଛନ୍ତି ଗୁଜୁରାଟି ଅନଲାଇନ ଟ୍ରେଡ଼ର ତୁଷାର ଭଟ୍ଟ (୩୦) । ସେତୁ ଉପରେ କାର ଓ ଚପଲ ଛାଡ଼ି ସେ ପାଣିକୁ ଡେଇଁଥିବା ଜଣାପଡିଛି । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଏଲିନା ଭଟ୍ଟ । ପୁଲିସ ଅଭିଯୋଗ ଆଧାରରେ ଖୋଜାଖୋଜି କରୁଥିବା ବେଳେ ୨୪ ଘଣ୍ଟା ବିତିଯାଇଥିଲେ ବି ତାଙ୍କ ପତ୍ତା ମିଳୁନାହିଁ ।
ସୂଚନାନୁସାରେ,ତୁଷାର ଭଟ୍ଟ ଅନଲାଇନ୍ ଟ୍ରେଡ୍ରେ ବଡ଼ ଧରଣର ଆର୍ଥିକ କ୍ଷତି ସହିବାରୁ ମାନସିକ ଭାରସାମ୍ୟ ହରାଇ ଏହିଭଳି କରିଥାଇ ପାରନ୍ତି ବୋଲି କୁହାଯାଉଛି। ଗୁଜୁରାଟର ତୁଷାର ଭଟ୍ଟ ପୁରୀରେ ଏଲିନା ଭଟ୍ଟଙ୍କୁ ବିବାହ କରିଛନ୍ତି। ବିବାହ ପରେ ଭୁବନେଶ୍ଵରରେ କିଟ୍ ନିକଟରେ ସେମାନେ ଘର ଭଡ଼ା ନେଇ ରହୁଥିଲେ। ପୂର୍ବରୁ ସେ ଏକ ବ୍ୟାଙ୍କରେ ଚାକିରୀ କରିଥିଲେ କିନ୍ତୁ ଧୀରେ ଧୀରେ ଅନଲାଇନ ଟ୍ରେଡିଂ ରେ ଲାଭ ହେବାରୁ ସେ ଚାକିରୀ ଛାଡି ଟ୍ରେଡିଂ କରୁଥିଲେ । ମାତ୍ର କିଛିଦିନ ହେବ ଟ୍ରେଡିଂରେ କ୍ଷତି ହେବାରୁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।
ବୁଧବାର ଦିନ ପ୍ରାୟ ୨ଟା ବେଳେ ସେ କାରରେ ଘରୁ ବାହାରି ଯାଇଥିଲେ। ତୁଷାର ନଦୀରୁ ଡେଇଁବା ପୂର୍ବରୁ ଘରକୁ ନିଜର ସେଲଫି ପଠାଇଥିବା ସୂଚନା ମିଳିଛି। ବୁଧବାର ସନ୍ଧ୍ୟା ବେଳ ପର୍ଯ୍ୟନ୍ତ ତାଙ୍କ କାର ସେଠାରେ ପାର୍କିଂ ହୋଇ ରହିବାରୁ ସ୍ଥାନୀୟ ଲୋକେ ବାରଙ୍ଗ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସେଠାରେ ପହଞ୍ଚିଥିବା ବେଳେ ଗାଡ଼ି ଲକ୍ ଥିବା ଜାଣିବାକୁ ପାଇଥିଲା । ଗାଡ଼ିଟିକୁ ପୁଲିସ ଥାନାକୁ ନେଇ ଯାଇଥିଲା । ଅନ୍ୟପଟେ ସେତୁର ପିଲର ନମ୍ବର ୮୭ ନିକଟରେ ତୁଷାରଙ୍କ ଜୋତା ପଡି ରହିଥିଲା ତୁଷାରଙ୍କ ପତ୍ନୀ ଏଲିନା କାର୍ ଓ ଚପଲକୁ ଚିହ୍ନଟ କରିଥିଲେ। ପୋଲିସ ନିଖୋଜ ଯୁବକଙ୍କ ଫୋନ ସୁଇଜ ଅଫ ଥିବା ବେଳେ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ଖୋଜା ଖୋଜି ଜାରି ରଖିଛନ୍ତି ।
ଅପରପକ୍ଷେ ବୁଧବାର କଟକ ଓଡିଆ ବଜାର ଅଞ୍ଚଳର ମମତା ସାହୁ ମଧ୍ୟ ସମାନ ଭାବରେ କାଠଯୋଡ଼ି ନଦୀ ଉପରେ ସ୍କୁଟି ଥୋଇ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରି ଖୋଜାଖୋଜି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ।




