ବାପାଙ୍କ ସାମ୍ନାରେ ନଦୀକୁ ଡେଇଁ ଯୁବକ ନିଖୋଜ

ଢେଙ୍କାନାଳ : ବାପା ଆଗରେ ନଦୀକୁ ଡେଇଁ ଯୁବକ ନିଖୋଜ । ବର୍ତ୍ତମାନ ସୁଦ୍ଧା ଯୁବକ ଜଣଙ୍କ ନିଖୋଜ ଥିବାବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କିରତ୍ନପୁର ଗ୍ରାମରେ । ନିଖୋଜ ଯୁବକ ଜଣଙ୍କ ହେଲେ ପର୍ଶୁରାମ କମାର(୨୫) । ଖବର ଅନୁଯାୟୀ, ଭୁବନ ଥାନା କିର୍ତ୍ତନପୁର ଗାଁର ପର୍ଶୁରାମ କମାର ଗନ୍ଦିଆ ଥାନା ଶଡିଙ୍ଗ ଗାଁରେ ଥିବା […]

Samaya Live Picture
Published On

ଢେଙ୍କାନାଳ : ବାପା ଆଗରେ ନଦୀକୁ ଡେଇଁ ଯୁବକ ନିଖୋଜ । ବର୍ତ୍ତମାନ ସୁଦ୍ଧା ଯୁବକ ଜଣଙ୍କ ନିଖୋଜ ଥିବାବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କିରତ୍ନପୁର ଗ୍ରାମରେ । ନିଖୋଜ ଯୁବକ ଜଣଙ୍କ ହେଲେ ପର୍ଶୁରାମ କମାର(୨୫) ।

ଖବର ଅନୁଯାୟୀ, ଭୁବନ ଥାନା କିର୍ତ୍ତନପୁର ଗାଁର ପର୍ଶୁରାମ କମାର ଗନ୍ଦିଆ ଥାନା ଶଡିଙ୍ଗ ଗାଁରେ ଥିବା ମାମୁଁ ଘରେ ରହୁଥିଲେ । ବୁଧବାର ରାତିରେ ପର୍ଶୁରାମ ମାମୁଁ ଘରୁ ବାପାଙ୍କ ସହିତ ଏକ ସାଇକେଲ ଯୋଗେ ଆସୁଥିବା ସମୟରେ ବାଜିରାଉତ ସେତୁ ଉପରୁ ହଠାତ୍‌ ବ୍ରାହ୍ମଣୀ ନଦୀକୁ ଡେଇଁପଡିଥିଲେ । ତେବେ କଣ ପାଇଁ ପୁଅ ଏଭଳି କାଣ୍ଡ ଭିଆଇଲା ଏ ସମ୍ପର୍କରେ ବାପା କିଛି ଜାଣିନଥିବା କହିଛନ୍ତି ।

ସେପଟେ ନଦୀକୁ ଡେଇଁପଡିଥିବା ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ବିଳମ୍ବିତ ରାତି ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଶେଷରେ ଗୁରୁବାର ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

Tags: