ମହାନଦୀକୁ ଡେଇଁ ଯୁବକ ନିଖୋଜ
ସମ୍ବଲପୁର : ମହାନଦୀ ବ୍ରିଜରୁ ଡେଇଁ ଯୁବକ ନିଖୋଜ । ସମ୍ବଲପୁର ଚାଉଁପୁର ମହାନଦୀ ବ୍ରିଜ ଉପରେ ସ୍କୁଟି,ଚପଲ,ମୋବାଇଲ ଫୋନ ଥୋଇ ନଦୀକୁ ଡେଇଁ ନିଖୋଜ ହୋଇଛନ୍ତି ଯୁବକ । ନିଖୋଜ ଯୁବକ ହେଲେ ସମରିନ୍ ପ୍ରଧାନ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ମହାନଦୀରେ ପ୍ରବଳ ପାଣି ଥିବାରୁ ଖୋଜିବା କଷ୍ଟକର ହୋଇପଡିଛି। ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି । ସେ […]
ସମ୍ବଲପୁର : ମହାନଦୀ ବ୍ରିଜରୁ ଡେଇଁ ଯୁବକ ନିଖୋଜ । ସମ୍ବଲପୁର ଚାଉଁପୁର ମହାନଦୀ ବ୍ରିଜ ଉପରେ ସ୍କୁଟି,ଚପଲ,ମୋବାଇଲ ଫୋନ ଥୋଇ ନଦୀକୁ ଡେଇଁ ନିଖୋଜ ହୋଇଛନ୍ତି ଯୁବକ । ନିଖୋଜ ଯୁବକ ହେଲେ ସମରିନ୍ ପ୍ରଧାନ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।
ମହାନଦୀରେ ପ୍ରବଳ ପାଣି ଥିବାରୁ ଖୋଜିବା କଷ୍ଟକର ହୋଇପଡିଛି। ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି । ସେ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସମ୍ବଲପୁରରେ ଘର ଭଡା ନେଇ ରହୁଥିଲେ । ସମ୍ବଲପୁରରେ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ । ତେବେ ସେ କାହିଁକି ଏପରି କଲେ ତାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ସମୀକରଣଙ୍କ ପରିବାରଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।




