କୂଅରୁ ଉଦ୍ଧାର କରିବାକୁ ଯାଇ ଜୀବନ ହାରିଲେ ଯୁବକ
ଦିଗପହଣ୍ଡି : କୂଅ ସଫା ବେଳେ ଅଘଟଣ I କୂଅ ଭିତରୁ ୨ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଜୀବନ ହାରିଛନ୍ତି ଯୁବକ I ତେବେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି I ଏଭଳି ଅଘଟଣ ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ଗଣିଆନାଳ ଗାଁରେ । ମୃତକ ଜଣକ ହେଲେ ନାରଣପୁର ଗାଁର ଦିବାକର ସାହୁ I ଗାଁରେ ଜଣେ ବ୍ୟକ୍ତିଙ୍କ କୂଅ ସଫା କରିବାକୁ […]
ଦିଗପହଣ୍ଡି : କୂଅ ସଫା ବେଳେ ଅଘଟଣ I କୂଅ ଭିତରୁ ୨ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଜୀବନ ହାରିଛନ୍ତି ଯୁବକ I ତେବେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି I ଏଭଳି ଅଘଟଣ ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ଗଣିଆନାଳ ଗାଁରେ । ମୃତକ ଜଣକ ହେଲେ ନାରଣପୁର ଗାଁର ଦିବାକର ସାହୁ I
ଗାଁରେ ଜଣେ ବ୍ୟକ୍ତିଙ୍କ କୂଅ ସଫା କରିବାକୁ ଯାଇ,କୂଅ ଭିତରେ ଦୁଇ ଜଣ ଅଣନିଶ୍ୱାସୀ ହୋଇପଡ଼ିଥିଲେ । କୂଅ ଉପରେ ଥିବା ଥିବା ଦିବାକର ସେମାନଙ୍କୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶି ଅଚେତ ହୋଇ ପଡ଼ିଥିଲେ I ଏହା ଦେଖି ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଦିବାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।




