ମହାନଦୀକୁ ଡେଇଁଲେ ଯୁବକ : କାରଣ ଅସ୍ପଷ୍ଟ

ସମ୍ବଲପୁର : ମହାନଦୀକୁ ଡେଇଁଲେ ଯୁବକ l ସମ୍ବଲପୁର ଚାଉଁରପୁର ପୋଲ ଉପରୁ ସ୍କୁଟି ଥୋଇ ଡେଇଁଲେ ଯୁବକ l ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି l ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସୂଚନାନୁସାରେ ,ଆଜି ସକାଳେ ଜଣେ ବ୍ୟକ୍ତି ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ l ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ l ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍‌ ବ୍ରିଜ […]

Samaya Live Picture
Published On

ସମ୍ବଲପୁର : ମହାନଦୀକୁ ଡେଇଁଲେ ଯୁବକ l ସମ୍ବଲପୁର ଚାଉଁରପୁର ପୋଲ ଉପରୁ ସ୍କୁଟି ଥୋଇ ଡେଇଁଲେ ଯୁବକ l ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି l ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି l
ସୂଚନାନୁସାରେ ,ଆଜି ସକାଳେ ଜଣେ ବ୍ୟକ୍ତି ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ l ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ l ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍‌ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ l ତେବେ କାହିଁକି ପାଣିକୁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି l ଖବର ପାଇ ବ୍ରିଜ୍ ଅଗ୍ନିଶମବାହିନୀର ଟିମ୍ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛି l

Tags: