ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ

କରଞ୍ଜିଆ : ୧୧ କେଭି ବିଦୂତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ। ମୃତ ଯୁବକଙ୍କ ନାଁ ନରହରି ମହାନ୍ତ I ତାଙ୍କ ବାପାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମହାନ୍ତ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ରରୁଆ ଥାନା ସିଙ୍ଗଡ଼ା ନିକଟ ବଡ଼ବିଲ ଗାଁରେ I ଆଜି ସକାଳ ୬ ଟାରେ ନରହରି ସାଇକେଲ ନେଇ ଘରୁ ବାହାରି ଯାଇଥିବାବେଳେ,ଘରଠାରୁ ୪ କିଲୋମିଟର ଦୂରରେ ଥିବା ଏକ ଜନାଗଲିଆ ରସରେ ଏହି ଘଟଣା ଘଟିଛି […]

Samaya Live Picture
Published On

କରଞ୍ଜିଆ : ୧୧ କେଭି ବିଦୂତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ। ମୃତ ଯୁବକଙ୍କ ନାଁ ନରହରି ମହାନ୍ତ I ତାଙ୍କ ବାପାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମହାନ୍ତ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ରରୁଆ ଥାନା ସିଙ୍ଗଡ଼ା ନିକଟ ବଡ଼ବିଲ ଗାଁରେ I ଆଜି ସକାଳ ୬ ଟାରେ ନରହରି ସାଇକେଲ ନେଇ ଘରୁ ବାହାରି ଯାଇଥିବାବେଳେ,ଘରଠାରୁ ୪ କିଲୋମିଟର ଦୂରରେ ଥିବା ଏକ ଜନାଗଲିଆ ରସରେ ଏହି ଘଟଣା ଘଟିଛି I ବିଦ୍ୟୁତ ସଂସ୍ପର୍ଶ ଏତେ ଭୟଙ୍କର ଥିଲାଯେ ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି।

ଘଟନାନୁସାରେ,୨ ବର୍ଷ ପୂର୍ବେ ନରହରିଙ୍କ ବିବାହ ହୋଇଥିଲା I ପରିବାରରେ କୌଣସି ଅଶାନ୍ତି ନଥିଲା I ଗତକାଲି ରାତିରେ ତାଙ୍କ ଶ୍ୱଶୁର ଘର ଲୋକେ ଆସିଥିବାବେଳେ ଘରେ ହସଖୁସିର ମାହୋଲ ଥିଲା I ତେବେ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣାର ଖବର ପାଇଁ ପରିବାର ଲୋକେ ବାକଶୂନ୍ୟ ହୋଇପଡିଛନ୍ତି I ସେ କାହିଁକି ବିଦ୍ୟୁତ ଖୁଣ୍ଟରେ ଚଢିଲେ ତା’ର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି I ଖବର ପାଇ ରରୁଆଁ ଥାନା ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି I

Tags: