ବିଦ୍ୟୁତଖୁଣ୍ଟ ସଂସ୍ପର୍ଶରେ ଆସି ଯୁବକ ମୃତ

କଟକ : ଜନ୍ମଦିନ ପାଳନ ବେଳେ ଅଘଟଣ I ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କ ଜୀବନ I ସାଙ୍ଗର ଜନ୍ମଦିନ ପାଳନ ପାଇଁ ଯାଉଥିବାବେଳେ ଏକ ପୁରୁଣା ଲୁହା ବିଦ୍ୟୁତ୍‌ ଖୁଣ୍ଟ ସଂସ୍ପର୍ଶରେ ଆସି ଯୁବକ ପ୍ରାଣ ହରାଇଛନ୍ତି । ଏହି ଅଘଟଣ ରବିବାର ଦିନ ରାତିରେ କଟକ ତୁଳସୀପୁରସ୍ଥିତ ମଧୁକୁଞ୍ଜ ପାର୍କ ନିକଟରେ ଘଟିଛି । ମୃତକ ଜଣକ ହେଲେ ଷ୍ଟୁଆର୍ଟପାଟଣା ତଳସାହିର ଆଲୋକ ପ୍ରଧାନ (୨୩ ବର୍ଷ)। ଘଟନାନୁସାରେ,ରବିବାର ରାତିରେ ଆଲୋକ ତାଙ୍କ ସାଙ୍ଗ […]

Samaya Live Picture
Published On

କଟକ : ଜନ୍ମଦିନ ପାଳନ ବେଳେ ଅଘଟଣ I ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କ ଜୀବନ I ସାଙ୍ଗର ଜନ୍ମଦିନ ପାଳନ ପାଇଁ ଯାଉଥିବାବେଳେ ଏକ ପୁରୁଣା ଲୁହା ବିଦ୍ୟୁତ୍‌ ଖୁଣ୍ଟ ସଂସ୍ପର୍ଶରେ ଆସି ଯୁବକ ପ୍ରାଣ ହରାଇଛନ୍ତି । ଏହି ଅଘଟଣ ରବିବାର ଦିନ ରାତିରେ କଟକ ତୁଳସୀପୁରସ୍ଥିତ ମଧୁକୁଞ୍ଜ ପାର୍କ ନିକଟରେ ଘଟିଛି । ମୃତକ ଜଣକ ହେଲେ ଷ୍ଟୁଆର୍ଟପାଟଣା ତଳସାହିର ଆଲୋକ ପ୍ରଧାନ (୨୩ ବର୍ଷ)।

ଘଟନାନୁସାରେ,ରବିବାର ରାତିରେ ଆଲୋକ ତାଙ୍କ ସାଙ୍ଗ ଆକାଶଙ୍କ ଜନ୍ମଦିନ ପାଳନ ପାଇଁ ସାଙ୍ଗମାନଙ୍କ ସହିତ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କ ନିକଟକୁ ଯାଇଥିଲେ । ଜନ୍ମଦିନ ପାଳନ ପରେ ଆଲୋକ ତାଙ୍କ ସାଙ୍ଗ ଉଦୟଙ୍କ ସହିତ ଏକ ବାଇକରେ ଫେରୁଥିଲେ I ତେବେ ଏହି ସମୟରେ କାଳବୈଶାଖୀ ଯୋଗୁଁ ପାର୍କ ନିକଟରେ ଥିବା ଏକ ଲୁହା ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିଲା। ଉଭୟ ସାଙ୍ଗ ଉକ୍ତ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ଗାଡ଼ିରୁ ଛିଟିକି ପଡ଼ିଥିଲେ I ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ସେଠାରୁ ଉଦ୍ଧାର କରି ସାଙ୍ଗମାନେ ତୁଳସୀପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତର ସେଠାରେ ଆଲୋକଙ୍କୁ ତାଙ୍କୁ ମୃତ ଘୋଷଣା କରିଥିବାବେଳେ ଉଦୟଙ୍କ ଚିକିତ୍ସା ଜାରି ରହିଛି I ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ଏସ୍ସିବିକୁଯ ପଠାଯାଇଛି I ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ସେଠାରେ ଚାପ ଉତ୍ତେଜନା ପ୍ରକାଶ ପାଇଛି I

Tags: