ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ରକ୍ଷା କରିବାକୁ ଯାଇ ସ୍ୱାମୀ ଗୁରୁତର

କେନ୍ଦୁଝର : ପାରିବାରିକ କଳହରୁ ସାଙ୍ଘାତିକ ଘଟଣା I ନିଆଁରେ ପୋଡ଼ିହୋଇ ଗୁରୁତର ହେଲେ ଦମ୍ପତି। ଗତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା I ଗୁରୁତର ଦମ୍ପତି ହେଲେ କଠକଟାର ସଞ୍ଜୟ ହୋ ଓ ତାଙ୍କ ପତ୍ନୀ ସସ୍ମିତା ହୋ । ଗତ କିଛି ଦିନ ହେବ ସଞ୍ଜୟ ଓ ସସ୍ମିତାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା କୁହାଯାଉଛି। ଏହି କଥାକୁ ନେଇ ଗତ ରାତିରେ ଉଭୟଙ୍କ ମଧ୍ୟରେ […]

Samaya Live Picture
Published On

କେନ୍ଦୁଝର : ପାରିବାରିକ କଳହରୁ ସାଙ୍ଘାତିକ ଘଟଣା I ନିଆଁରେ ପୋଡ଼ିହୋଇ ଗୁରୁତର ହେଲେ ଦମ୍ପତି। ଗତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା I ଗୁରୁତର ଦମ୍ପତି ହେଲେ କଠକଟାର ସଞ୍ଜୟ ହୋ ଓ ତାଙ୍କ ପତ୍ନୀ ସସ୍ମିତା ହୋ ।

ଗତ କିଛି ଦିନ ହେବ ସଞ୍ଜୟ ଓ ସସ୍ମିତାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା କୁହାଯାଉଛି। ଏହି କଥାକୁ ନେଇ ଗତ ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା I ଏହାପରେ ଉତ୍ତ୍ୟକ୍ତ ହୋଇ ସସ୍ମିତା ପ୍ରଥମେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କ ରକ୍ଷା କରିବାକୁ ଯାଇ ସଞ୍ଜୟ ବି ପୋଡ଼ି ଯାଇଥିଲେ। ଚିତ୍କାର ଶୁଣି ଗାଁ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Tags: