ଆଜି ‘ଆର୍ଥ ଆୱାର’ ପାଳନ କରିବ ସାରା ବିଶ୍ୱ
ଭୁବନେଶ୍ୱର : ଆଜି ‘ଆର୍ଥ ଆୱାର’ । ସ୍ଵେଚ୍ଛାକୃତ ଭାବରେ ଘଣ୍ଟାଏ ପାଇଁ ଅନାବଶ୍ୟକ ସୁଇଚ ଅଫ କରି ଅନ୍ଧାର କରିବେ ବିଶ୍ୱବାସୀ । ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଘଣ୍ଟାଏ ଯାଏ ଲିଭିବ ଆଲୁଅ। ମାଟି ମାଆର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଏହି ବିଶେଷ ଦିନ ପାଳନ କରାଯାଇଥାଏ । ଚଳିତ ବର୍ଷର ବିଷୟ ବସ୍ତୁ ରହିଛି, “ଲାଇଟ୍ ବନ୍ଦ କର ଏବଂ ସମସ୍ତଙ୍କ ପାଇଁ ଜଳ ସଞ୍ଚୟ […]
ଭୁବନେଶ୍ୱର : ଆଜି ‘ଆର୍ଥ ଆୱାର’ । ସ୍ଵେଚ୍ଛାକୃତ ଭାବରେ ଘଣ୍ଟାଏ ପାଇଁ ଅନାବଶ୍ୟକ ସୁଇଚ ଅଫ କରି ଅନ୍ଧାର କରିବେ ବିଶ୍ୱବାସୀ । ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଘଣ୍ଟାଏ ଯାଏ ଲିଭିବ ଆଲୁଅ। ମାଟି ମାଆର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଏହି ବିଶେଷ ଦିନ ପାଳନ କରାଯାଇଥାଏ । ଚଳିତ ବର୍ଷର ବିଷୟ ବସ୍ତୁ ରହିଛି, “ଲାଇଟ୍ ବନ୍ଦ କର ଏବଂ ସମସ୍ତଙ୍କ ପାଇଁ ଜଳ ସଞ୍ଚୟ କର” (Switch Off and Secure Water for All) ।
‘ସୁଇଚ୍ ଅଫ୍ ଲାଇଟ୍ସ, ଟୁ ସୁଇଚ୍ ଅନ୍ ଲାଇଭସ୍’ ‘ଆର୍ଥ ଆଓ୍ୱାର୍’ରେ ୧ ଘଣ୍ଟା ଆମ ପୃଥିବୀ ମାଆ ପାଇଁ ପାଳନ କରିବାକୁ ରାଜ୍ୟବସୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଆମ ଘରେ ତଥା କାର୍ଯ୍ୟାଳୟରେ ସମସ୍ତ ଅନାବଶ୍ୟକ ଲାଇଟ୍କୁ ସୁଇଚ୍ ଅଫ୍ ରଖିବାକୁ ଅପିଲ୍ କରାଯାଇଛି।
୨୦୦୭ ମସିହାରୁ ଅଷ୍ଟ୍ରେଲିଆର ସିଡନୀରୁ ଏହି ଆର୍ଥ ଆୱାର ପାଳନ ହୋଇ ଆସୁଛି । ଏହା ୱାର୍ଲଡ୍ ୱାଇଲଡ୍ ଲାଇଫ୍ ଫଣ୍ଡ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ବିଜୁଳି ସଂରକ୍ଷଣ, ପୃଥିବୀର ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ଏହା ପାଳନ କରାଯାଇଥାଏ ।




