ବଦଳୁଛି ପାଣିପାଗ ମିଜାଜ, ପୁଣି ଉପରମୁହାଁ ହେବ ପାରଦ
ଭୁବନେଶ୍ୱର : ଥମିଲା କାଳବୈଶାଖୀ ବର୍ଷା I ଗତ ୪ ଦିନର ଆଶ୍ବସ୍ତି ପରେ ପୁଣି କଲବଲ କରିବ ତାତି I ଆଜି ଠାରୁ ବଢିବ ଖରା ଓ ଗୁଳୁଗୁଳି I ଫଳରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୬ ରୁ ୮ ଡିଗ୍ରୀ ବଢିବା ନେଇ ସମ୍ଭାବନା ରହିଛି । ଭୁବନେଶ୍ବରରେ ୧୬, ୧୭ ତାରିଖ ଆଡ଼କୁ ପାରଦ ୪୦ ଡିଗ୍ରୀ ଉପରେ ରହିପାରେ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ […]
ଭୁବନେଶ୍ୱର : ଥମିଲା କାଳବୈଶାଖୀ ବର୍ଷା I ଗତ ୪ ଦିନର ଆଶ୍ବସ୍ତି ପରେ ପୁଣି କଲବଲ କରିବ ତାତି I ଆଜି ଠାରୁ ବଢିବ ଖରା ଓ ଗୁଳୁଗୁଳି I ଫଳରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୬ ରୁ ୮ ଡିଗ୍ରୀ ବଢିବା ନେଇ ସମ୍ଭାବନା ରହିଛି । ଭୁବନେଶ୍ବରରେ ୧୬, ୧୭ ତାରିଖ ଆଡ଼କୁ ପାରଦ ୪୦ ଡିଗ୍ରୀ ଉପରେ ରହିପାରେ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ଣ ଆର୍ଦ୍ର ପାଣିପାଗ ସ୍ଥିତି ରହିବ । ସେହିପରି ୧୫ ତାରିଖରେ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ । ଏହାସହ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ମଧ୍ୟ ବୃଦ୍ଧି ହେବ । ସେହିପରି ଗତକାଲି କାଳ ବୈଶାଖୀ ପ୍ରଭାବରେ ଭୁବନେଶ୍ୱର କଟକ ସମେତ ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ଝିପ ଝିପ ବର୍ଷା ହୋଇଥିଲା । ବର୍ଷା ପ୍ରଭାବରେ ଓଡ଼ିଶାରେ ଦିନ ତାପମାତ୍ରା କମିଥିଲା ।
ସୂଚନାନୁସାରେ,ଗତ କିଛିଦିନ ଧରି ଲଗାତାର ବର୍ଷା ଓ ମେଘୁଆ ପାଗ ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ହ୍ରାସ ହୋଇଛି। ଯାହାଫଳରେ ଏପ୍ରିଲ ମାସର ସବୁଠାରୁ ଥଣ୍ଡା ଦିନ ଭାବରେ ଏପ୍ରିଲ ୧୧ ତାରିଖ ସର୍ବକାଳୀନ ରେକର୍ଡ କରିଛି। ଟିଟିଲାଗଡ଼ରେ ୨୪° ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ୨୦୦୮ ଏପ୍ରିଲ ୪ରେ ୨୮.୫ ଡିଗ୍ରି ରେକର୍ଡ କରାଯାଇଥିଲା। ସେହିଭଳି ଟିଟିଲାଗଡ଼ରେ ୨୪° (୪/୪୨୦୦୮ରେ ୨୮.୫°, ୧୯୫୨ରୁ ଏଯାବତ୍), ସମ୍ବଲପୁରରେ ୨୫.୭° (୭/୪/୨୦୦୮ରେ ୨୫.୭°, ୧୯୫୨ରୁ ଏଯାବତ୍), ହୀରାକୁଦରେ ୨୬.୧° (୨୨/୪/୨୦୨୩ରେ ୨୭.୬°, ୧୯୭୧ରୁ ଏଯାବତ୍), ଅନୁଗୁଳରେ ୨୬.୭° (୬/୪/୨୦୦୮ରେ ୨୭.୭°, ୧୯୨୧ରୁ ଏଯାବତ) ରେକର୍ଡ କରାଯାଇଛି। ଏହି ୪ଟି ସହରରେ ଏପ୍ରିଲ ମାସରେ ସବୁଠାରୁ ଥଣ୍ଡା ଦିନ ରେକର୍ଡ କରାଯାଇଛି। ଆଜି ଭୁବନେଶ୍ବରରେ ତାପମାତ୍ରା ୩୦° ରେକର୍ଡ କରାଯାଇଛି।




