ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ପାଗ ରହିବ ଶୁଖିଲା,ବଢିବ ଶୀତ

ଭୁବନେଶ୍ୱର : ରାଜ୍ୟରେ ଆଜିଠୁ ପାଣିପାଗରେ ପରିବର୍ତ୍ତନ ଦେଖାଯିବ । ବର୍ଷା ଛାଡ଼ିଯିବା ସହିତ ଆଗାମୀ ୭ ଦିନ ଯାଏଁ ପାଗ ରହିବ ଶୁଖିଲା I କିନ୍ତୁ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଆଜିଠୁ ପ୍ରବଳ ଜାଡ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଜିଠୁ ପାଣିପାଗରେ ପରିବର୍ତ୍ତନ ଦେଖାଯିବ । ବର୍ଷା ଛାଡ଼ିଯିବା ସହିତ ଆଗାମୀ ୭ ଦିନ ଯାଏଁ ପାଗ ରହିବ ଶୁଖିଲା I କିନ୍ତୁ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଆଜିଠୁ ପ୍ରବଳ ଜାଡ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ।

ଆସନ୍ତା ୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେହିପରି ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ I ପ୍ରବଳ ଜାଡ ନେଇ ସୁନ୍ଦରଗଡ,ଦେବଗଡ଼,କେନ୍ଦୁଝର, ଅନୁଗୁଳ ଓ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଘନ କୁହୁଡି ନେଇ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାକୁ ସତର୍କ କରାଇଛି ପାଣିପାଗ ବିଭାଗ ।

ସେହିପରି କେତେକ ଜିଲ୍ଲାରେ କୁହୁଡିର ଘନତା ବଢିବ I ଏହି ସବୁ ଅଞ୍ଚଳରେ ଶୁକ୍ରବାର ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଛି।ଶୀତ ଲହରୀ ସମୟରେ ଶିଶୁ ଏବଂ ବୟସ୍କ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହିତ ରାତ୍ରି ସମୟରେ ବାଇକରେ ଲଙ୍ଗ୍ ଡ୍ରାଇଭରେ ଯିବାକୁ ବାରଣ କରାଯାଇଛି।

Tags: