ବଦଳିଲା ପାଣିପାଗ,୯ ଜିଲ୍ଲାରେ କୂଆପଥର ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ର ପ୍ରଭାବ ଯୋଗୁଁ ଗତ ୪ଦିନ ହେବ ପାଣି ପାଗରେ ପରିବର୍ତନ ଘଟିଛି I କାଳବୈଶାଖୀ ବର୍ଷା ଫଳରେ ତାତି କମିବା ସହିତ ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ମିଳିଛି । ମୋଟାମୋଟି ଭାବେ ଆଉ ୨ ଦିନ ଯାଏ ଏପରି ପାଗ ରହିବା ସହିତ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ତେବେ ଆଜି ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, କାଳ ବୈଶାଖୀ ପ୍ରଭାବରେ ରାଜ୍ୟରେ ୯ଟି […]
ଭୁବନେଶ୍ୱର : ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ର ପ୍ରଭାବ ଯୋଗୁଁ ଗତ ୪ଦିନ ହେବ ପାଣି ପାଗରେ ପରିବର୍ତନ ଘଟିଛି I କାଳବୈଶାଖୀ ବର୍ଷା ଫଳରେ ତାତି କମିବା ସହିତ ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ମିଳିଛି । ମୋଟାମୋଟି ଭାବେ ଆଉ ୨ ଦିନ ଯାଏ ଏପରି ପାଗ ରହିବା ସହିତ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ତେବେ ଆଜି ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, କାଳ ବୈଶାଖୀ ପ୍ରଭାବରେ ରାଜ୍ୟରେ ୯ଟି ଜିଲ୍ଲାରେ ଝଡବର୍ଷା ସହିତ କୂଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ସତର୍କ କରାଯାଇଛି । ଘଡଘଡି ସମୟରେ ବାହାରକୁ ବାହାରିବା ପାଇଁ ମନା କରାଯାଇଛି । ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।




