ବଦଳିଲା ପାଗ,ଟ୍ୱିନ ସିଟିରେ ଝିପି ଝିପି ବର୍ଷା

ଭୁବନେଶ୍ୱର : ବଦଳିଲା ପାଣିପାଗ ମିଜାଜ । ଗରମରୁ ମିଳିଲା ଆଶ୍ଵସ୍ତି । କାଳବୈଶାଖୀ ପାଇଁ ପାରଦ ହୋଇଛି ତଳମୁହାଁ । ରାଜ୍ୟରେ ଅନ୍ୟାନ୍ୟ ଜିଲ୍ଲାରେ କାଳବୈଶାଖୀ ପ୍ରକୋପ ଦେଖିଥିବା ବେଳେ ଆଜି ସକାଳେ ଟ୍ୱିନସିଟିରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଗତକାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖା ଦେଇଛି । ଖରାର ପ୍ରଭାବ ବିଶେଷ ନଥିବା ବେଳେ ହାଲକା ହାଲକା ଥଣ୍ଡା ପବନ ବି ଦେଉଛି । କାଳବୈଶାଖୀ ବର୍ଷା ପ୍ରବାହରେ ୩ ଦିନ […]

Samaya Live Picture
Published On

ଭୁବନେଶ୍ୱର : ବଦଳିଲା ପାଣିପାଗ ମିଜାଜ । ଗରମରୁ ମିଳିଲା ଆଶ୍ଵସ୍ତି । କାଳବୈଶାଖୀ ପାଇଁ ପାରଦ ହୋଇଛି ତଳମୁହାଁ । ରାଜ୍ୟରେ ଅନ୍ୟାନ୍ୟ ଜିଲ୍ଲାରେ କାଳବୈଶାଖୀ ପ୍ରକୋପ ଦେଖିଥିବା ବେଳେ ଆଜି ସକାଳେ ଟ୍ୱିନସିଟିରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଗତକାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖା ଦେଇଛି । ଖରାର ପ୍ରଭାବ ବିଶେଷ ନଥିବା ବେଳେ ହାଲକା ହାଲକା ଥଣ୍ଡା ପବନ ବି ଦେଉଛି । କାଳବୈଶାଖୀ ବର୍ଷା ପ୍ରବାହରେ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ସେଲସିୟସ ଯାଏ ତାପମାତ୍ରା ହ୍ରାସ ପାଇବ। ୨୫ ତାରିଖ ପରଠାରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେପଟେ ଆଜି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏପରିକି ବିଜୁଳି ଘଡ଼ ଘଡ଼ି ସହ ୭ରୁ ୧୧ ସେମି ବର୍ଷା ହେବାର ସମ୍ଭାବନା ରହିଛି । ଆଜି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର । ଏସବୁ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି ।

ସେହିପରି ୨୩ ଓ ୨୪ ତାରିଖରେ ୫ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ବାୟୁମଣ୍ଡଳ ଉପରିଭାଗରେ ରହିଛି ଲଘୁଚାପ ପ୍ରଭାବ। ଏଥିସହ ଉତ୍ତର ପଶ୍ଚିମ ଭାରତରେ ରହିଛି ଏକ ଟ୍ରାପ ଲାଇନ୍ । ଏହା ଫଳରେ ରାଜ୍ୟରେ କାଳ ବୈଶାଖୀ ବର୍ଷା ହେଉଛି ବୋଲି ବିଭାଗ କହିଛି ।

Tags: