ସତର୍କ ସଙ୍କେତ ଅତିକ୍ରମ କଲା ସୁବର୍ଣ୍ଣରେଖା ଜଳସ୍ତର
ଭୋଗରାଇ : ବଢୁଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର । ତୃତୀୟ ବନ୍ୟା ଆଶଙ୍କା ନେଇ ଆଲର୍ଟରେ ପ୍ରଶାସନ । ଏବେ ବି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୯.୪୫ ମିଟର । ତେବେ ଜଳସ୍ତର ଏବେ ସତର୍କ ସଙ୍କେତ ଅତିକ୍ରମ କରି ପ୍ରବାହିତ ହେଉଛି । ଚଳିତ ବର୍ଷ ପ୍ରଥମ, ଦ୍ଵିତୀୟ ବନ୍ୟା ଜଳ ସମ୍ପୂର୍ଣ୍ଣ ନିଷ୍କାସନ […]
ଭୋଗରାଇ : ବଢୁଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର । ତୃତୀୟ ବନ୍ୟା ଆଶଙ୍କା ନେଇ ଆଲର୍ଟରେ ପ୍ରଶାସନ । ଏବେ ବି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୯.୪୫ ମିଟର । ତେବେ ଜଳସ୍ତର ଏବେ ସତର୍କ ସଙ୍କେତ ଅତିକ୍ରମ କରି ପ୍ରବାହିତ ହେଉଛି ।
ଚଳିତ ବର୍ଷ ପ୍ରଥମ, ଦ୍ଵିତୀୟ ବନ୍ୟା ଜଳ ସମ୍ପୂର୍ଣ୍ଣ ନିଷ୍କାସନ ହୋଇନଥିବା ବେଳେ ପୁଣି ତୃତୀୟ ବନ୍ୟା ନେଇ ଲୋକଙ୍କ ମନରେ ଛନକା ପଶିଛି। ଭୋଗରାଇ ବ୍ଲକ୍ରେ ଏବେ ବି ୧୮ଟି ପଞ୍ଚାୟତ ବନ୍ୟା ଜଳରେ ଜଳମଗ୍ନ ହୋଇ ରହିଛି । ପୁଣି ବନ୍ୟା ଜଳ ଗାଁକୁ ଧୀରେ ଧୀରେ ପ୍ରବେଶ ଆରମ୍ଭ କରିଥିବା ବେଳେ ହଜାର ହଜାର ଲୋକେ ଚିନ୍ତାରେ ।
ସେପଟେ ସରକାରଙ୍କ ସମସ୍ତ ସେବା ଲୋକଙ୍କ ପାଖରେ ପହଞ୍ଚିବା କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ସୁବର୍ଣ୍ଣରେଖା ନଦୀରେ ଏଭଳି ବାରମ୍ବାର ବନ୍ୟା ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଲୋକେ ଦାବି କରିଛନ୍ତି ।
ଗତ କିଛି ଦିନ ଭିତରେ ସୁବର୍ଣ୍ଣରେଖା ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉଜୁଡି ଯାଇଥିଲା। ବନ୍ୟା ପାଣି ଚାଷଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଅନ୍ୟପଟେ ବନ୍ୟାକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ , ମହାନଦୀର ଉପର ମୁଣ୍ଡରେ ନାହିଁ ବର୍ଷା । ସୁବର୍ଣ୍ଣରେଖାରେ ଗତ ଦୁଇ ଦିନରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟରେ ବିପଦ ସଙ୍କେତ ଉପରକୁ ଯିବ । ସୁବର୍ଣ୍ଣରେଖା ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା ସମ୍ଭାବନା ଅଛି । ମହାନଦୀର ୧୬ଟି ଗେଟ୍ରେ ପାଣି ଛଡା ଯାଉଛି । ଜଳ ଧାରଣକୁ ଦେଖି ଗେଟ୍ ଖୋଲିବା କି ବନ୍ଦ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ମହାନଦୀ ଉପରମୁଣ୍ଡରେ ବର୍ଷା ନାହିଁ ।




