ବଢୁଛି ହୀରାକୁଦର ଜଳସ୍ତର

ସମ୍ବଲପୁର : ବଢୁଛି ହୀରାକୁଦ ଜଳସ୍ତର । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବଢିବାରେ ଲାଗିଛି। ରବିବାର ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଫଳରେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯.୭୩ ରେ ପହଞ୍ଚିଥିବବେଳେ ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୪୬ […]

Samaya Live Picture
Published On

ସମ୍ବଲପୁର : ବଢୁଛି ହୀରାକୁଦ ଜଳସ୍ତର । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବଢିବାରେ ଲାଗିଛି। ରବିବାର ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଫଳରେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯.୭୩ ରେ ପହଞ୍ଚିଥିବବେଳେ ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ମହାନ୍ତି ସୂଚନା ଦେଇ କହିଛନ୍ତି, ମାଲକାନଗିରି ଜିଲାରେ ଅଧିକ ବର୍ଷା ହେବାରୁ ଯାହା କ୍ଷୟକ୍ଷତି ହୋଇଛି । ରବିବାର ସକାଳ ସୁଦ୍ଧା ବୈତରଣୀ, ବୁଢ଼ାବଳଙ୍ଗ ଅପ୍‌ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ବିପଦ ସଂକେତ ତଳେ ରହିଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ହୀରାକୁଦରେ ୬ଟି ଗେଟ ଖୋଲା ଥିଲା । ହୀରାକୁଦର ଜଳସ୍ତର ବଢିବାରେ ଲାଗିଥିବା ବେଳେ ୧୪ ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଯେହେତୁ ଛତିଶଗଡ଼ରେ ବର୍ଷା ଲାଗିରହିଛି ତେଣୁ ଆଗକୁ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ମହାନଦୀ ତଳିଆ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଦିଆଯାଇଛି।

Tags: