ସ୍କୁଲରେ ବାଜିବ ୱାଟର ବେଲ

ଭୁବନେଶ୍ୱର : ସ୍କୁଲ ରେ ବାଜିବ ପାଣି ପିଆ ଘଣ୍ଟି I ଦିନକୁ ଦିନ ଅସହ୍ୟ ଗରମ ଗୁଳୁଗୁଳିର ଅସ୍ତବ୍ୟସ୍ତ ହେଲାଣି ଜନ ଜୀବନ I ସକାଳୁ ଯେମିତି ଖରା ମାଡି ଆସୁଛି ଦେହରୁ ବୋହୁଛି ଗମ ଗମ ଝାଳ । ଆଉ ଏହି ଖରା-ଗରମରୁ ନିଜର ରକ୍ଷା ପାଇଁ ପ୍ରଚୁର ପାଣି ପିଇବାର ଆବଶ୍ୟକତା ରହିଛି । ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ସ୍କୁଲରେ ବାଜିବ ୱାଟର ବେଲ୍ ବା […]

Samaya Live Picture
Published On

ଭୁବନେଶ୍ୱର : ସ୍କୁଲ ରେ ବାଜିବ ପାଣି ପିଆ ଘଣ୍ଟି I ଦିନକୁ ଦିନ ଅସହ୍ୟ ଗରମ ଗୁଳୁଗୁଳିର ଅସ୍ତବ୍ୟସ୍ତ ହେଲାଣି ଜନ ଜୀବନ I ସକାଳୁ ଯେମିତି ଖରା ମାଡି ଆସୁଛି ଦେହରୁ ବୋହୁଛି ଗମ ଗମ ଝାଳ । ଆଉ ଏହି ଖରା-ଗରମରୁ ନିଜର ରକ୍ଷା ପାଇଁ ପ୍ରଚୁର ପାଣି ପିଇବାର ଆବଶ୍ୟକତା ରହିଛି । ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳପାନ ବିରତି ଘଣ୍ଟି । ଛାତ୍ରଛାତ୍ରୀ ନିୟମିତ ବ୍ୟବଧାନରେ ପାଣି ପିଇବା ନେଇ ଏଭଳି ନିଷ୍ପତ୍ତିି ନେଇଛି ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀ ସ୍କୁଲରେ ଥିବା ବେଳେ ଦିନକୁ ୩ ଥର ବାଜିବ ଜଳ ବିରତି ଘଣ୍ଟି । ସକାଳ ସାଢେ ୮ଟା, ୧୦ଟା ଏବଂ ୧୧ଟାରେ ପାଣି ଘଣ୍ଟି ବାଜିବ । ଘଣ୍ଟି ବାଜିବା ପରେ ଶ୍ରେଣୀଗୃହରେ ଥିବା ଛାତ୍ରଛାତ୍ରୀ ପାଣି ପିଇବେ । ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ସବୁ ଡିଇଓ, ବିଇଓଙ୍କୁ ଚିଠି ଲେଖିଛି ରାଜ୍ୟ ଗଣଶିକ୍ଷା ବିଭାଗ ।

Tags: