ବନ କର୍ମଚାରୀଙ୍କୁ ଆକ୍ରମଣ କଲେ ଗ୍ରାମବାସୀ
ରାଉରକେଲା : ହାତୀ ଉପଦ୍ରଵକୁ ନେଇ ବନକର୍ମଚାରୀଙ୍କୁ ମାଡ ମାରିଲେ ଗ୍ରାମବାସୀ I ଏନେଇ ମଙ୍ଗଳବାର ବନବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି I ତଥ୍ୟାନୁସାରେ ,ଦୁଇଟି ଦନ୍ତା ଗତ କିଛି ଦିନ ହେବ ଲୋକଙ୍କ ଚାଷ ଜମି ନଷ୍ଟ କରିବା ସହ ଗାଁ ମୁହାଁ ଅଗ୍ରସର ହୋଇଛନ୍ତି I ବାରମ୍ବାର ସ୍ଥାନୀୟ ଲୋକ ଓ ବନ କର୍ମଚାରୀ ମିଳିତ ଭାବେ ହାତୀକୁ ଘଉଡ଼ାଛନ୍ତି I ହେଲେ ପୁଣି ହାତୀ ଜନବସତି ମୁହାଁ ହେଉଛି I ଲୋକଙ୍କର […]
ରାଉରକେଲା : ହାତୀ ଉପଦ୍ରଵକୁ ନେଇ ବନକର୍ମଚାରୀଙ୍କୁ ମାଡ ମାରିଲେ ଗ୍ରାମବାସୀ I ଏନେଇ ମଙ୍ଗଳବାର ବନବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି I
ତଥ୍ୟାନୁସାରେ ,ଦୁଇଟି ଦନ୍ତା ଗତ କିଛି ଦିନ ହେବ ଲୋକଙ୍କ ଚାଷ ଜମି ନଷ୍ଟ କରିବା ସହ ଗାଁ ମୁହାଁ ଅଗ୍ରସର ହୋଇଛନ୍ତି I ବାରମ୍ବାର ସ୍ଥାନୀୟ ଲୋକ ଓ ବନ କର୍ମଚାରୀ ମିଳିତ ଭାବେ ହାତୀକୁ ଘଉଡ଼ାଛନ୍ତି I ହେଲେ ପୁଣି ହାତୀ ଜନବସତି ମୁହାଁ ହେଉଛି I ଲୋକଙ୍କର ଦାବି ସ୍ଥାୟୀ ପ୍ରତିକାର I କିନ୍ତୁ ବନ ବିଭାଗ ଫେଲ I ଆଜି ହାତୀ ଘଉଡାଇବାକୁ ଯାଇଥିବା ବେଳେ ବନକର୍ମଚାରୀଙ୍କୁ ମାଡ ମାରିଲେ ଗ୍ରାମବାସୀ I ତେବେ ଏଥିରେ ଜଣେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ମାଡ ମରାଯାଇଛି ଇ ଏହି ଘଟଣାରେ ୩ ଜଣଙ୍କ ନାମରେ ମାମଲା ରଜ୍ଜୁ ହୋଇଛି I




