ରେଙ୍ଗାଳି ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ରେଙ୍ଗାଳି ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏଥିସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କର ଗାଁ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି […]

Samaya Live Picture
Published On

ଭୁବନେଶ୍ୱର : ରେଙ୍ଗାଳି ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏଥିସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କର ଗାଁ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ୧୯୮୦ ଦଶକରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା । ଏହି ଯୋଜନା ଦ୍ୱାରା ଆମର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତା ବହୁଗୁଣିତ ହୋଇପାରିଛି । ତେବେ ବିକାଶର ଏ ରୂପ ଆମକୁ ଅନେକ ବିଷାଦ ମଧ୍ୟ ଦେଇଛି । ବାସଚ୍ୟୁତ ଓ ବିସ୍ଥାପିତଙ୍କ ଦୁର୍ଦ୍ଦଶାର ପ୍ରାୟ ଚାରି ଦଶନ୍ଧିର ବିକଳ ଚିତ୍ର ଆଜି ବି ଆମକୁ ମର୍ମାହତ କରୁଛି । ୧୯୯୭ ମସିହାରେ ଗଠିତ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ହିଁ ଏ ଦୂରବସ୍ଥାର ସାକ୍ଷୀ । ରେଙ୍ଗାଳି ଯୋଜନାରେ ୧୯୭୮ ରୁ ୧୯୮୪ ମସିହା ମଧ୍ୟରେ ମୋଟ ୨୩୬ ଗୋଟି ରାଜସ୍ୱ ଗ୍ରାମର ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଛନ୍ତି । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଏଭଳି ହଜାର ହଜାର କୁଟୁମ୍ବ ହନ୍ତସନ୍ତ ହେଲେ । ଗତ ସେପ୍ଟେମ୍ବର ୨୦୧୦ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦ ପ୍ରାୟ ୧୫୨ କୋଟି ଟଙ୍କାର ଅନୁକମ୍ପା ରାଶି ଆକଳନ କରାଯାଇଥିଲା । କିନ୍ତୁ ଏ ଅର୍ଥ ରାଶି ଆଜି ଯାଏଁ କ୍ଷତିଗ୍ରସ୍ତମାନଙ୍କୁ ମିଳିପାରିନାହିଁ ।

ଓଡ଼ିଶା ସରକାର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଆନ୍ତରିକତା ଦେଖାଇବା ସଙ୍ଗେ ସଙ୍ଗେ ଏଥି ନିମନ୍ତେ ସମୟୋଚିତ ପଦକ୍ଷେପ ନେବେ ତଥା ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପର ହେବେ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।

Tags: