ନୂଆଦିଲ୍ଲୀରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ଅକ୍ଟୋବର ୦୭ –ଏସୀୟ କ୍ରୀଡ଼ାରେ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଭେଟି ଆନନ୍ଦିତ । ନିଜର ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ସେ ପ୍ରତ୍ୟେକ ଭାରତୀୟଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ, ଅକ୍ଟୋବର ୦୭ –ଏସୀୟ କ୍ରୀଡ଼ାରେ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଭେଟି ଆନନ୍ଦିତ । ନିଜର ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ସେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିତିଛନ୍ତି । କିଶୋରଙ୍କ ଆତ୍ମବିଶ୍ୱାସ, ପରିଶ୍ରମ ଓ ଆଗକୁ ବଢିବାର ଅଭିଳାଷ ପ୍ରଶଂସନୀୟ । ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ଆମ ଦେଶକୁ ଗର୍ବିତ କରିଥିବାରୁ ଶୁଭେଚ୍ଛା । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Tags: