ଟ୍ରକ ପଛକୁ ପିଟି ହେଲା ଟ୍ରକ,ଡ୍ରାଇଭର ଜୀବନ୍ତ ଦଗ୍ଧ

ନୂଆପଡା : ନୂଆପଡା ଜିଲ୍ଲା ବିଜୁ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ଦୁର୍ଘଟଣା I ଟ୍ରକ ପଛକୁ ଟ୍ରକ ପିଟି ହେବାରୁ ଜୀବନ୍ତ ଜଳିଗଲେ ଡ୍ରାଇଭର I ନୂଆପଡା ଜିଲ୍ଲା ସିନାପାଲି ଥାନା ଚଟିଆଗୁଡା ଗାଁ ରେ ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଛି I ପଛକୁ ପଛ ହୋଇ ୨ଟି ଟ୍ରକ ଯାଉଥିବା ବେଳେ ଆଗ ଟ୍ରକଟି ହଠାତ ବ୍ରେକ ମାରିଥିଲା I ଏହି ସମୟରେ ପଛରୁ ଆସୁଥିବା ଟ୍ରକଟି ଭାରସାମ୍ୟ ହରାଇ ଆଗ ଟ୍ରକ […]

Samaya Live Picture
Published On

ନୂଆପଡା : ନୂଆପଡା ଜିଲ୍ଲା ବିଜୁ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ଦୁର୍ଘଟଣା I ଟ୍ରକ ପଛକୁ ଟ୍ରକ ପିଟି ହେବାରୁ ଜୀବନ୍ତ ଜଳିଗଲେ ଡ୍ରାଇଭର I ନୂଆପଡା ଜିଲ୍ଲା ସିନାପାଲି ଥାନା ଚଟିଆଗୁଡା ଗାଁ ରେ ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଛି I ପଛକୁ ପଛ ହୋଇ ୨ଟି ଟ୍ରକ ଯାଉଥିବା ବେଳେ ଆଗ ଟ୍ରକଟି ହଠାତ ବ୍ରେକ ମାରିଥିଲା I ଏହି ସମୟରେ ପଛରୁ ଆସୁଥିବା ଟ୍ରକଟି ଭାରସାମ୍ୟ ହରାଇ ଆଗ ଟ୍ରକ ସହ ଧକ୍କା ହୋଇ ଯାଇଥିଲା I ଧକ୍କା ଏତେ ଜୋର ହୋଇଥିଲା ଯେ ପଛ ଟ୍ରକ ସାମ୍ନା ପଟ ଭାଙ୍ଗି ଚୁରମାର ହେବା ସହିତ ସେଥିରେ ନିଆଁ ଲାଗିଯାଇଥିଲା I ଫଳରେ ପଛ ଟ୍ରକରେ ଥିବା ମାଲିକ ଟ୍ରକରୁ ଡେଇଁ ଜୀବନ ବଞ୍ଚିଥିବା ବେଳେ ଡ୍ରାଇଭର ଷ୍ଟିଅରିଂ ଓ ସିଟ ମଧ୍ୟରେ ଚାପି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ I ଘଟଣାସ୍ଥଳରେ ସିନାପାଲି ପୋଲିସ ଓ ଅଗ୍ନିଶମ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଡ୍ରାଇଭର ଙ୍କୁ ଜୀବନ୍ତ ଉଦ୍ଧାର କରିପାରି ନଥିଲେ I ମୃତ ଡ୍ରାଇଭରଙ୍କ ଠିକଣା ଜଣ ପଡି ନଥିବା ବେଳେ ଉଭୟ ଟ୍ରକ ରାଜସ୍ଥାନର ବୋଲି ଜଣ ପଡିଛି I

Tags: