ଉପକୂଳର ୧୦ ଦୀପରେ ଉଡ଼ିବ ତ୍ରିରଙ୍ଗା
ଭୁବନେଶ୍ୱର : ରାତି ପାହିଲେ ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ ।ପ୍ରଥମଥର ଓଡିଶା ଉପକୂଳରେ ଥିବା ୧୦ ଦ୍ଵୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଡିଜି, ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ତେବେ ଏନେଇ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଶୁକ୍ରବାର ପୂର୍ବାହ୍ଣ ଭୁବନେଶ୍ୱରସ୍ଥିତ ଶାଖା କାର୍ଯ୍ୟାଳୟରେ ପୂର୍ବ ସମୁଦ୍ର ତଟର […]
ଭୁବନେଶ୍ୱର : ରାତି ପାହିଲେ ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ ।ପ୍ରଥମଥର ଓଡିଶା ଉପକୂଳରେ ଥିବା ୧୦ ଦ୍ଵୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଡିଜି, ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ତେବେ ଏନେଇ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଶୁକ୍ରବାର ପୂର୍ବାହ୍ଣ ଭୁବନେଶ୍ୱରସ୍ଥିତ ଶାଖା କାର୍ଯ୍ୟାଳୟରେ ପୂର୍ବ ସମୁଦ୍ର ତଟର କୋଷ୍ଟଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏଥିପାଇଁ ଉପକୂଳ ଅଞ୍ଚଳରେ ପାଟ୍ରୋଲିଂ, ଆକାଶମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡ଼ିଶା ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି। ସାଧାରଣତନ୍ତ୍ର ଦିବସରେ ସମୁଦ୍ର ଭିତରେ ଥିବା ୧୦ଟି ଉପଦ୍ବୀପରେ ଜାତୀୟ ପତାକା ଉଡ଼ାଯିବ। ଏଥିପାଇଁ ଉପଦ୍ବୀପଗୁଡ଼ିକ ଚିହ୍ନଟ କରାଯାଇଥିବା ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି।




