ଆଜିଠୁ ବିଜେଡିର ମାଷ୍ଟର ଟ୍ରେନ୍‌‌ର ତାଲିମ ଶିବିର

ଭୁବନେଶ୍ୱର : ଆଜି ଠାରୁ ଶଙ୍ଖ ଭବନରେ ଆରମ୍ଭ ହୋଇଛି ବିଜେଡି ମାଷ୍ଟର ଟ୍ରେନର୍‌ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଦେଇଥିବା ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଦଳ । ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଗଠିତ କମିଟି ଏହି କାର୍ଯ୍ୟକ୍ରମର ପରିଚାଳନା କରିବ। ଦଳର ଶୀର୍ଷ ନେତୃତ୍ୱ ସମେତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କ ମାର୍ଗଦର୍ଶନ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ ଶଙ୍ଖ ଭବନରେ ଆରମ୍ଭ ହୋଇଛି ବିଜେଡି ମାଷ୍ଟର ଟ୍ରେନର୍‌ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଦେଇଥିବା ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଦଳ । ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଗଠିତ କମିଟି ଏହି କାର୍ଯ୍ୟକ୍ରମର ପରିଚାଳନା କରିବ। ଦଳର ଶୀର୍ଷ ନେତୃତ୍ୱ ସମେତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କ ମାର୍ଗଦର୍ଶନ କରିବେ।

ସୂଚନାନୁସାରେ,ଆସନ୍ତା ୧୯ ତାରଖ ଯାଏ ଦଳ ପକ୍ଷରୁ ସକ୍ରିୟ କର୍ମୀମାନଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହି ୩୯ ଦିନରେ ଚାରି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ପ୍ରଦାନ କରାଯିବ । ଶଙ୍ଖ ଭବନରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ଅତି କମରେ ୩ରୁ ୪ଜଣ ସକ୍ରିୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏପରି ଭାବେ ୩୦ ହଜାରରୁ ଅଧିକ କର୍ମୀଙ୍କୁ ମାଷ୍ଟର ଟ୍ରେନ୍‌‌ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ।

ବିଶେଷକରି ୨୦୩୬ ସୁଦ୍ଧା ଓଡ଼ିଶାକୁ ଶୀର୍ଷ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ଚୂଡ଼ାନ୍ତ ରଣନୀତି ସମ୍ପର୍କରେ ସେମାନେ ଅବଗତ ହେବେ। ଦଳର ବରିଷ୍ଠ ନେତାମାନଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ଅର୍ଥନୀତିଜ୍ଞ, ରାଜନୈତିକ ବିଶାରଦମାନେ ପ୍ରଶିକ୍ଷଣ ପ୍ରଦାନ କରିବେ। ମାଷ୍ଟର ଟ୍ରେନ୍‌‌ରମାନେ ପ୍ରଶିକ୍ଷଣ ପାଇବା ପରେ ନିଜ ନିଜ ବିଧାନସଭା କ୍ଷେତ୍ରରେ ଜିଲ୍ଲା ପରିଷଦ ଜୋନ୍‌‌ ଓ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବେ। ସେହିପରି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡି ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ପଦଯାତ୍ରା ମଧ୍ୟ ଆରମ୍ଭ ହେବ।

Tags: