୧୨ ଟାରୁ ଚାଲିବ ଟ୍ରେନ

ଭୁବନେଶ୍ୱର :ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିବା ବେଳେ ଆରମ୍ଭ ହୋଇଯାଇଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ବିପତ୍ତି ଟଳିବା ପରେ ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି […]

Samaya Live Picture
Published On

ଭୁବନେଶ୍ୱର :ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିବା ବେଳେ ଆରମ୍ଭ ହୋଇଯାଇଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବାତ୍ୟା ବିପତ୍ତି ଟଳିବା ପରେ ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି ହୋଇଛି। ବିଶାଖାପାଟଣା ପଟୁ ଡାଉନ ଟ୍ରେନ୍‌ ଭୁବନେଶ୍ବର, ହାଓ୍ବଡ଼ାକୁ ଗଡ଼ିଛି। ସେହିପରି ଖଡ଼ଗପୁର ପଟୁ ବିଶାଖାପାଟଣା ଅପ୍‌ ଟ୍ରେନ ୨ଟାରେ ଭଦ୍ରକ ପହଞ୍ଚିବ। ହାଓ୍ବଡା-ବେଙ୍ଗାଲୁରୁ ଦୂରନ୍ତ ଏକ୍ସପ୍ରେସ୍‌ ୧୨ଟା ୪୫ରେ ଭୁବନେଶ୍ବର ଓ ପୁରୀରୁ ଗଡ଼ିବ।

ଅନ୍ୟପଟେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟ୍ରେନ୍‌ ଚଳାଚଳକୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି ।

ଶ୍ରୀ ଫୁଙ୍କୱାଲ କହିଛନ୍ତି, ବାତ୍ୟା ସମୟରେ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ବାତ୍ୟା ପରେ କିଭଳି ରେଳ ଚଳାଚଳ ବିଶେଷ ଭାବେ ବାଧାପ୍ରାପ୍ତ ହେବନି, ସେ ନେଇ ରେଳମନ୍ତ୍ରୀ ସମୀକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ମୁକାବିଲା ପାଇଁ ରେଳବୋର୍ଡ଼ରେ ଗୋଟିଏ ୱାର୍‌ ରୁମ ଖୋଲାଯାଇଛି ।

ଏହା ବ୍ୟତୀତ ପୂର୍ବତଟ ରେଳପଥ ମୁଖ୍ୟାଳୟ, ସମ୍ବଲପୁର ଡିଭିଜନ୍‌, ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌, ଚକ୍ରଧରପୁର, ୱାଲଟିୟର୍‌ ଓ ଖଡ଼ଗପୁର ଡିଭିଜନରେ ମଧ୍ୟ ୱାରରୁମ୍‌ ଖୋଲିଛି । ତୁରନ୍ତ ଟ୍ରାକ୍‌ ମରାମତି, ସିଗନାଲ୍‌ ଓ ବିଦ୍ୟୁତ ବ୍ୟବସ୍ଥା ସଜାଡିବା ପାଇଁ ପ୍ରସ୍ତୁତି ସରିଛି । ଟ୍ରଲି, କୋଚ୍‌ ଓ ଟାୱାର ୱାଗନ୍‌ ସମେତ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ ହୋଇ ରହିଛି ବୋଲି ମହାପ୍ରବନ୍ଧକ କହିଛନ୍ତି ।

Tags: