ଟ୍ରେନ ଦୁର୍ଘଟଣାରେ ମୋ ପୁଅର ଦୋଷ ନାହିଁ – ବାପା

ବାହାନଗା : ବାହାନଗା ମର୍ମନ୍ତୁଦ ସିରିଜ ରେଳ ଦୁର୍ଘଟଣାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ I ସେହିପରି ଆହତ ହୋଇଛନ୍ତି ସହଶ୍ରIଧିକ I କେତେ ଯେ ସଂସାର ଉଜୁଡି ଯାଇଛି ତା’ର କୌଣସି ହିସାବ ନାହିଁ I ବୁଢା ବାପା କାନ୍ଧରେ ଭେଣ୍ଡିଆ ପୁଅର ଶବ ଯାଇଛି ତ ନୂଆ ଭୂଆସୁଣୀ ହାତରୁ ଲିଭିଯାଇଛି ଶଙ୍ଖା ସିନ୍ଦୁର I କୁନି ପିଲାଟିଏ ହାତରେ ବାପାଙ୍କ ଫୋଟ ଧରି ଗେଲ୍ହା କରି ବାପାଙ୍କ ଆସିବା ବାଟକୁ ଚାହିଁ […]

Samaya Live Picture
Published On

ବାହାନଗା : ବାହାନଗା ମର୍ମନ୍ତୁଦ ସିରିଜ ରେଳ ଦୁର୍ଘଟଣାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ I ସେହିପରି ଆହତ ହୋଇଛନ୍ତି ସହଶ୍ରIଧିକ I କେତେ ଯେ ସଂସାର ଉଜୁଡି ଯାଇଛି ତା’ର କୌଣସି ହିସାବ ନାହିଁ I ବୁଢା ବାପା କାନ୍ଧରେ ଭେଣ୍ଡିଆ ପୁଅର ଶବ ଯାଇଛି ତ ନୂଆ ଭୂଆସୁଣୀ ହାତରୁ ଲିଭିଯାଇଛି ଶଙ୍ଖା ସିନ୍ଦୁର I କୁନି ପିଲାଟିଏ ହାତରେ ବାପାଙ୍କ ଫୋଟ ଧରି ଗେଲ୍ହା କରି ବାପାଙ୍କ ଆସିବା ବାଟକୁ ଚାହିଁ ରହିଥିବାବେଳେ ,ଆଉ କେଉଁଠି ପିଲାଟି ସଂସାରକୁ ଆସିବା ପୂର୍ବରୁ ହଜାଇ ଦେଇଛି ବାପାର ପରିଚୟ I ସେହିପରି ଲୌହ ଦାନଵ କୋଳରେ ଲୀନ ହୋଇଯାଇଥିବା କିଛି ଲୋକଙ୍କ ମୃତ ଶରୀର ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରି ନଥିବାବେଳେ ,ଆଉ କିଛି ଅଛନ୍ତି ନିଖୋଜ I

ଏତେସବୁ ଭିତରେ ପ୍ରଶ୍ନ ଉଠୁଛି ଏତେବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ ? କେମିତି ଘଟିଗଲା ଏକ ଥରକେ ୩ ଟି ରେଳ ଦୁର୍ଘଟଣା ? ଏହା ମନୁଷ୍ୟକୃତ ନ ବୈଷୟିକ ତ୍ରୁଟି ଜନିତ ? ଏହି ଘଟଣାର ଖୋଳତାଡ଼ କରିବାକୁ ସିବିଆଇର ୧୦ ଜଣିଆ ଟିମ ଏବେ ଓଡ଼ିଶାରେ ପହଂଚିଛି I ଘନ ଘନ ବାହାନଗା ଷ୍ଟେସନକୁ ଯାଇ ଘଟଣାର କରୁଛି ତଦନ୍ତ I ଏହାବାଦ କରମଣ୍ଡଳ ଏକ୍ସପ୍ରେସ ର ଦୁଇ ଲୋକ ପାଇଲଟ ମଧ୍ୟ ସିବିଆଇ ତଦନ୍ତ ପରିସରଭୁକ୍ତ ଅଛନ୍ତି I ଅନ୍ୟପଟେ ରେଳ ଦୁର୍ଘଟଣା ପରେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ଭୂମିକା, ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ଲୋକୋ ପାଇଲଟଙ୍କୁ କେହି କେହି ମୁଖ୍ୟ ଦୋଷୀ ବୋଲି ବି କହୁଥିଲେ । କରମଣ୍ଡଳ ଏକ୍ସପ୍ରେସର ଲୋକ ପାଇଲଟ ଗୁଣନିଧି ମହାନ୍ତି ଗୁରୁତର ହୋଇ ଏବେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଅଛନ୍ତି I ପୂର୍ବରୁ ତାଙ୍କର ବୟାନ ରେକର୍ଡ କରା ସରିଛି I

ଏହି ଘଟଣାର ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ ବାପା ବିଷ୍ଣୁ ଚରଣ ମହାନ୍ତି । ସେ ଜଣେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ସେ ତାଙ୍କ ପୁଅ ନିର୍ଦ୍ଦୋଷ ବୋଲି କହିବା ସହିତ,ସେ କେବେ ଏତେବଡ଼ ଭୁଲ କରିପାରିବନି । ତାର ଅନେକ ଅଭିଜ୍ଞତା ରହିଛି । ସେ ୨୭ବର୍ଷ ହେଲା ଟ୍ରେନ ଚଳାଇ ଆସୁଛି। ଏବେ ପଦୋନ୍ନତି ପାଇଥିଲା। ୨ମାସ ହେଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଚଳାଉଥିଲା। ଏ ସମ୍ପର୍କରେ ସେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି । ସିଗନାଲ ସମସ୍ୟା ଓ ଷ୍ଟେସନ ମ୍ୟାନେଜରଙ୍କ ଭୁଲ ପାଇଁ ହୁଏତ ଏତେ ବଡ ଦୁର୍ଘଟଣା ଘଟି ଥାଇପାରେ । ଏହି ଘଟଣାର ସଠିକ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସି ପାରିବ ବୋଲି କହିଛନ୍ତି I

Tags: