ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଆ ଫିଲ୍ମ ‘ପୁଷ୍କରା’ ର ଟ୍ରେଲର ରିଲିଜ

ପୁରୀ : ଓଡିଶାର ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର I ନିର୍ମାଣ ହୋଇଛି ଏକ ଭିନ୍ନ ଧରଣର ସିନେମା ‘ପୁଷ୍କରା’ Iଏହି ଓଡିଆ ଚଳଚିତ୍ର ପୁଷ୍କରା ଖୁବଶୀଘ୍ର ରିଲିଜ ହେବା ଟି୬ହିବାବେଳେ ଆଜି ଶ୍ରୀ ମନ୍ଦିର ସମ୍ମୁଖରେ ଏହାର ଟ୍ରେଲର ରିଲିଜ ହୋଇଛି I ରିଲିଜ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୁଷ୍କରା ଚଳଚ୍ଚିତ୍ର ଟ୍ରିଜ୍‌ର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମୁକ୍ତିଲାଭ କରିଛି । ରିଲିଜ୍ ପରେ ଚଳଚ୍ଚିତ୍ରକୁ ମହାପ୍ରଭୁଙ୍କ ଉଦେଶ୍ୟରେ ସମର୍ପଣ […]

Samaya Live Picture
Published On

ପୁରୀ : ଓଡିଶାର ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର I ନିର୍ମାଣ ହୋଇଛି ଏକ ଭିନ୍ନ ଧରଣର ସିନେମା ‘ପୁଷ୍କରା’ Iଏହି ଓଡିଆ ଚଳଚିତ୍ର ପୁଷ୍କରା ଖୁବଶୀଘ୍ର ରିଲିଜ ହେବା ଟି୬ହିବାବେଳେ ଆଜି ଶ୍ରୀ ମନ୍ଦିର ସମ୍ମୁଖରେ ଏହାର ଟ୍ରେଲର ରିଲିଜ ହୋଇଛି I ରିଲିଜ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୁଷ୍କରା ଚଳଚ୍ଚିତ୍ର ଟ୍ରିଜ୍‌ର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମୁକ୍ତିଲାଭ କରିଛି । ରିଲିଜ୍ ପରେ ଚଳଚ୍ଚିତ୍ରକୁ ମହାପ୍ରଭୁଙ୍କ ଉଦେଶ୍ୟରେ ସମର୍ପଣ କରାଯାଇଛି । ଟ୍ରିଜ୍‌ର ରିଲିଜ ସମୟରେ ଚଳଚ୍ଚିତ୍ରର ଅଭିନେତା ସବ୍ୟସାଚ୍ଚି ମହାପାତ୍ର ,ବରିଷ୍ଠ କଳାକାର ଚୈଧୁରୀ ବିକାଶ ଦାସଙ୍କ ସହ ଚଳଚ୍ଚିତ୍ରର ଅଭିନେତ୍ରୀ , ଅନ୍ୟକଳାକାର , ନିର୍ଦେଶକ , ପ୍ରଯୋଜକ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିରର ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପାଟଯୋଶି ମହାପାତ୍ରଙ୍କ ସହ ପୁରୀ ସାତସାହି ଆଖଡାର ମୁରବୀ ମାନେ ଯୋଗଦାନ କରିଥିଲେ ।ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେଇ ଅଭିନେତା ସବ୍ୟସାଚ୍ଚି ମହାପାତ୍ର କହିଥିଲେ କି ଚଳଚ୍ଚିତ୍ର ପୁଷ୍କରା ଏକ ନୂଆ ଧରଣର ଚଳଚ୍ଚିତ୍ର ।

Tags: