ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ

ଭୁବନେଶ୍ୱର : ସଂସଦ ଭବନରେ ସ୍ଥାନ ପାଇବ ୩ ଦିଅଁଙ୍କ ୩ ରଥର ଚକ । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ । ସଂସଦ ଭବନରେ ସ୍ୱତନ୍ତ୍ର ସ୍ଥାନରେ ସମ୍ମାନର ସହ ସ୍ଥାନିତ ହେବ। ଓଡ଼ିଶା ଗସ୍ତରେ ଆସିଥିବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ପୁରୀ ଶ୍ରୀମନ୍ଦିର ଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ତିନିରଥର ଗୋଟିଏ ଲେଖାଏଁ ଚକ ରଖିବା ପାଇଁ […]

ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ
Samaya Live Picture
Published On

ଭୁବନେଶ୍ୱର : ସଂସଦ ଭବନରେ ସ୍ଥାନ ପାଇବ ୩ ଦିଅଁଙ୍କ ୩ ରଥର ଚକ । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ । ସଂସଦ ଭବନରେ ସ୍ୱତନ୍ତ୍ର ସ୍ଥାନରେ ସମ୍ମାନର ସହ ସ୍ଥାନିତ ହେବ।

ଓଡ଼ିଶା ଗସ୍ତରେ ଆସିଥିବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ପୁରୀ ଶ୍ରୀମନ୍ଦିର ଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ତିନିରଥର ଗୋଟିଏ ଲେଖାଏଁ ଚକ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନା ଅନୁଯାୟୀ, ସଂସଦରେ ତିନି ଠାକୁରଙ୍କ ରଥର ଚକ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଏ ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।

Tags: