ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଟଙ୍କା କୁ ନେଇ ବଡ଼ ଖବର । ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟର ୩ୟ କିସ୍ତି ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ନଭେମ୍ବର ଶେଷ ସୁଦ୍ଧା ୨୦ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଜିଲ୍ଲା ସ୍ତରରେ ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ଗଠନ କରାଯାଇଛି । ରିଜେକ୍ଟ ହୋଇଥିବା ୨ […]

Samaya Live Picture
Published On

ଭୁବନେଶ୍ୱର : ସୁଭଦ୍ରା ଟଙ୍କା କୁ ନେଇ ବଡ଼ ଖବର । ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟର ୩ୟ କିସ୍ତି ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ନଭେମ୍ବର ଶେଷ ସୁଦ୍ଧା ୨୦ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।

ଜିଲ୍ଲା ସ୍ତରରେ ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ଗଠନ କରାଯାଇଛି । ରିଜେକ୍ଟ ହୋଇଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଦ୍ୱାରା ନୋଟିସ ହେବ । ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର ଓ ଆର.ଆଇ ପୁନଃ ଯାଞ୍ଚ କରିବେ । ଖାରଜ ଆବେଦନର ରି-ଚେକ ପାଇଁ ବିଡିଓଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି । ସେହିପରି ବ୍ୟାଙ୍କ ଲିଙ୍କେଜ ପାଇଁ କଟିଥିଲେ ସେମାନଙ୍କ ବ୍ୟାଙ୍କ ସହିତ ଯୋଗାଯୋଗ କରି ଷ୍ପଟିକରଣ ଦାଖଲ କରିବେ । ଅଙ୍ଗନବାଡି କର୍ମୀ ଏବଂ ଏମବିକେ ମାନଙ୍କୁ ସରକାରୀ ଚାକିରିଆ ଭାବେ କଟାଯାଇଛି ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇ ଦିଆଯିବ । ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ପାଇବେ ସୁଭଦ୍ରା ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବାକୁ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି ହେବ ବୋଲି ପ୍ରଭାତୀ କହିଛନ୍ତି । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ଖବର ପାଇଁ ପ୍ରସ୍ତୁତ ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ସୂଚନା ଦେଇଛନ୍ତି।

Tags: