ଅଗଷ୍ଟ ୯ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଆସନ୍ତା ରକ୍ଷାବନ୍ଧନରେ ଅର୍ଥାତ୍‌ ଅଗଷ୍ଟ ୯ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ରାଶି । ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୁଭଦ୍ରା ଦ୍ବିତୀୟ ପର୍ଯ୍ୟାୟରେ ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ ସୁଯୋଗ ମିଳିବ। ସୂଚନାଯୋଗ୍ୟ, ସୁଭଦ୍ରା ପ୍ରଥମ ପର୍ଯ୍ୟାୟରେ ସହାୟତା ରାଶି ପାଇଥିବା ୧ ଲକ୍ଷ ୮୮ ହଜାର ମହିଳା ବିଭିନ୍ନ କାରଣରୁ ଦ୍ବିତୀୟ ପର୍ଯ୍ୟାୟରେ ସୁଭଦ୍ରା କିସ୍ତି ପାଇ ନଥିଲେ। […]

ଅଗଷ୍ଟ ୯ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା
Samaya Live Picture
Published On

ଭୁବନେଶ୍ୱର: ଆସନ୍ତା ରକ୍ଷାବନ୍ଧନରେ ଅର୍ଥାତ୍‌ ଅଗଷ୍ଟ ୯ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ରାଶି । ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୁଭଦ୍ରା ଦ୍ବିତୀୟ ପର୍ଯ୍ୟାୟରେ ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ ସୁଯୋଗ ମିଳିବ।

ସୂଚନାଯୋଗ୍ୟ, ସୁଭଦ୍ରା ପ୍ରଥମ ପର୍ଯ୍ୟାୟରେ ସହାୟତା ରାଶି ପାଇଥିବା ୧ ଲକ୍ଷ ୮୮ ହଜାର ମହିଳା ବିଭିନ୍ନ କାରଣରୁ ଦ୍ବିତୀୟ ପର୍ଯ୍ୟାୟରେ ସୁଭଦ୍ରା କିସ୍ତି ପାଇ ନଥିଲେ। ଆଗାମୀ ଦୁଇ ତିନି ଦିନ ପରେ ସେମାନଙ୍କ ତାଲିକାକୁ ସମୀକ୍ଷା କରାଯିବ। ଯେଉଁମାନେ ଯୋଗ୍ୟ ସେମାନଙ୍କୁ ସୁଭଦ୍ରା ସହାୟତା ରାଶି ପାଇବାକୁ ସୁଯୋଗ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ରାଜ୍ୟରେ ଅଙ୍ଗନୱାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରୀଛାତ୍ର ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରି କହିଛନ୍ତି । ଆଇଆଇଏମ ସମ୍ବଲପୁରର ମଡେଲ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀଛାତ୍ରଙ୍କ ସହଯୋଗରେ ମହିଳା ଶିଶୁ ବିକାଶର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ଏହି ସୁଭଦ୍ରା ସମୀକ୍ଷା କରାଯିବ । ରାଜ୍ୟରେ ୨୦୦ରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରର ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ସମୀକ୍ଷା କରାଯିବ। ଏକ ସତନ୍ତ୍ର ଆପ ମାଧ୍ୟମରେ ଏହି ସବୁ ସମୀକ୍ଷା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

Tags: