ଚୋର ମଚାଏ ସୋର – ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର/ବାଲେଶ୍ୱର : ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ଜୋର ଧରିଛି ରାଜ୍ୟ ରାଜନୀତି । ସୌମ୍ୟ।ଶ୍ରୀଙ୍କ ମୄତ୍ୟୁ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ନେଇ ବିଜେପି ବରିଷ୍ଠ ନେତା ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି । କଂଗ୍ରେସକୁ କଟାକ୍ଷ କରି ସେ କହିଛନ୍ତି ଚୋର ମଚାଏ ସୋର । ଏବେ କଂଗ୍ରେସର ଅସ୍ତିତ୍ୱ ହଜି ଯାଇଥିବା ବେଳେ ଏବେ ଏହି ଘଟଣା […]
ଭୁବନେଶ୍ୱର/ବାଲେଶ୍ୱର : ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ଜୋର ଧରିଛି ରାଜ୍ୟ ରାଜନୀତି । ସୌମ୍ୟ।ଶ୍ରୀଙ୍କ ମୄତ୍ୟୁ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ନେଇ ବିଜେପି ବରିଷ୍ଠ ନେତା ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି । କଂଗ୍ରେସକୁ କଟାକ୍ଷ କରି ସେ କହିଛନ୍ତି ଚୋର ମଚାଏ ସୋର । ଏବେ କଂଗ୍ରେସର ଅସ୍ତିତ୍ୱ ହଜି ଯାଇଥିବା ବେଳେ ଏବେ ଏହି ଘଟଣା ଯେମିତି ଦଳକୁ ଅକ୍ସିଜେନ ଯୋଗାଇ ଦେଇଛି। କଂଗ୍ରେସ ସମୟରେ ଛବିରାଣୀ ହତ୍ୟାକାଣ୍ଡ, ଅଞ୍ଜନା ମିଶ୍ର ବଳାତ୍କାର ଘଟଣା ଭଳି ଅନେକ ଘଟଣା ଘଟଛି। ଏବେ ଏମାନେ ଗଣମାଧ୍ୟମ ସାମ୍ନାରେ ଖାଲି ଡ୍ରାମା କରୁଛନ୍ତି। ମୃତ ଦେହକୁ ନେଇ ଆଉ କେତେ ରାଜନୀତି କରିବେ ବୋଲି ପ୍ରଶ୍ନ କରିଛନ୍ତି ଏମପି ପ୍ରତାପ ଷଡଙ୍ଗୀ। ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ସମୟରେ ଇତିଶ୍ରୀ, ବେବିନା, ପରୀ, ସଂଧ୍ୟାରାଣୀ ହତ୍ୟାକାଣ୍ଡ ଘଟିଥିଲା। ତେଣୁ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଆଦୌ ଠିକ ନୁହେଁ ।




