୪୦ ପାର କରିବ ତାପମାତ୍ରା

ଭୁବନେଶ୍ୱର : ବଢୁଛି ରାଜ୍ୟର ଗ୍ରୀଷ୍ମ ପ୍ରବାହ I ଆଗାମୀ ୨ ଦିନ ମଧ୍ୟରେ ବଢିବ ତାପମାତ୍ରା I ପଶ୍ଚିମା ଝଡ଼ ପ୍ରବାହରେ ପାଗ ମୁଖ୍ୟତଃ ଶୁଖିଲା ରହୁଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ୨ ରୁ ୩ ଡିଗ୍ରୀ ବଢିବ ଦିନର ତାପମାତ୍ରା I ଆଜି ଦିନ ୧୦ଟା ସୁଦ୍ଧା ୬ଟି ସହରର ତାପମାତ୍ରା ୩୮ ଡିଗ୍ରୀ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମାଲକାନଗିରି, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ,ଭବାନୀପାଟଣା ଓ […]

Samaya Live Picture
Published On

ଭୁବନେଶ୍ୱର : ବଢୁଛି ରାଜ୍ୟର ଗ୍ରୀଷ୍ମ ପ୍ରବାହ I ଆଗାମୀ ୨ ଦିନ ମଧ୍ୟରେ ବଢିବ ତାପମାତ୍ରା I ପଶ୍ଚିମା ଝଡ଼ ପ୍ରବାହରେ ପାଗ ମୁଖ୍ୟତଃ ଶୁଖିଲା ରହୁଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ୨ ରୁ ୩ ଡିଗ୍ରୀ ବଢିବ ଦିନର ତାପମାତ୍ରା I ଆଜି ଦିନ ୧୦ଟା ସୁଦ୍ଧା ୬ଟି ସହରର ତାପମାତ୍ରା ୩୮ ଡିଗ୍ରୀ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମାଲକାନଗିରି, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ,ଭବାନୀପାଟଣା ଓ ନୟାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି।

ସେହିପରି ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ନବରଙ୍ଗପୁର, ରାୟଗଡ଼ର, ଭୁବନେଶ୍ୱର, ଚାନ୍ଦବାଲି, ଭଦ୍ରକ, ବାରିପଦା, ଢେଙ୍କାନାଳ ଓ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ରହିଛି । ଆସନ୍ତାକାଲି ଖରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତାକାଲି ୪୦ ଡିଗ୍ରୀ ଛୁଇଁପାରେ। ନୟାଗଡ଼, ଭବାନୀପାଟଣା ଓ ବଲାଙ୍ଗିର ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ରହିପାରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏପ୍ରିଲ ପ୍ରଥମ ସପ୍ତାହ ବେଳକୁ ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ପାର କରିବ I ତେବେ ସେହି ସମୟରେ କାଳବୈଶାଖୀର ସମ୍ଭାବନା ଥିବାରୁ ରାଜ୍ୟର ପ୍ରଭାବିତ ଜିଲ୍ଲା ଗୁଡିକୁ ଆଗୁଆ ସୂଚନା ଦିଆଯାଇଛି I ପ୍ରଭାବିତ ଜିଲ୍ଲା ଗୁଡିକ ମଧ୍ୟରେ ,ଝାରସୁଗୁଡା,କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର ଆଦି ଜିଲ୍ଲା ରହିଛି I ଏହି ଜିଲ୍ଲା ଗୁଡିକରେ ହାଲୁକା ବର୍ଷା ସାଙ୍ଗକୁ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Tags: