ବଢୁଛି ତାତି,ଦିନ ୧୧ ଟା ବେଳକୁ ଝାରସୁଗୁଡା ସର୍ବାଧିକ ଉତପ୍ତ
ଭୁବନେଶ୍ୱର : ମାଡି ଆସୁଛି ତାତି । ଦିନ ୧୧ ଟା ବେଳକୁ ଟାଇଁ ଟାଇଁ ମାରୁଛି ଖରା । ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ଂ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି। ୩ ଦିନ ଧରି ତାତିବ ଆଭ୍ୟନ୍ତରୀଣ ଓଡ଼ିଶା, ଅସମ୍ଭାଳ ହେବ ତାତି।୮ ଜିଲାକୁ ହିଟୱେଭ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଏସବୁ ଜିଲା ଗୁଡ଼ିକ ହେଲା ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼,ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ସମ୍ବଲପୁରକୁ […]
ଭୁବନେଶ୍ୱର : ମାଡି ଆସୁଛି ତାତି । ଦିନ ୧୧ ଟା ବେଳକୁ ଟାଇଁ ଟାଇଁ ମାରୁଛି ଖରା । ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ଂ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି। ୩ ଦିନ ଧରି ତାତିବ ଆଭ୍ୟନ୍ତରୀଣ ଓଡ଼ିଶା, ଅସମ୍ଭାଳ ହେବ ତାତି।୮ ଜିଲାକୁ ହିଟୱେଭ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଏସବୁ ଜିଲା ଗୁଡ଼ିକ ହେଲା ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼,ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ସମ୍ବଲପୁରକୁ ମଧ୍ୟ ଆଲର୍ଟ କରାଯାଇଛି । ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ।
ଆଗକୁ ମଧ୍ୟ ତାପମାତ୍ରା ସାଙ୍ଗକୁ ବହିବ ଝାଞ୍ଜି ଓ ଲୁ। ସିଝିବ ଆଭ୍ୟନ୍ତରୀଣ ଓଡ଼ିଶା। ଆସନ୍ତା ୧୩ରୁ ୧୫ ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲାରେ ହିଟୱେଭ ଆଲର୍ଟ ଜାରି ହୋଇଛି। ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଓ ଝାରସୁଗୁଡ଼ା ଆଦି ୭ଜିଲାରେ ହିଟ୍ ଓ୍ବେଭ୍ ଜାରି ରହିବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିିଂ ଦେଇଛି ପାଣିପାଗ କେନ୍ଦ୍ର। ପାଇବ।
ଅନ୍ୟପଟେ ଆଜି ଦିନ ୧୧.୩୦ଟା ସୁଦ୍ଧା ୩୭ ଡିଗ୍ରୀ ପାର କରି ଝାରସୁଗୁଡା ସବୁଠାରୁ ଉତପ୍ତ ସହର ପାଲଟିଛି ଇ ଗତକାଲି ଏହି ସମୟ ବେଳକୁ ଝାରସୁଗୁଡାର ତାପମାତ୍ରା ୩୩.୬ ଡିଗ୍ରୀ ରହଥିଲା । ତେବେ ଗୋଟିଏ ଦିନରେ ଝାରସୁଗୁଡା ତାପମାତ୍ରା ୩ ଡିଗ୍ରୀ ପାର କରିଥିବା ସୂଚନା ମିଳିଛି ।




