ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କଲେ ଶିକ୍ଷକ ସଂଘ
ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କରିଛନ୍ତି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଗତ ଏକ ମ,ଆସ ପୂର୍ବେ ରାଜ୍ୟରୁ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ଉଠାଯାଇ ନଥିବାରୁ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ଶିକ୍ଷକ ସଂଘ I ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଆଜି ବିଭାଗୀୟ ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ […]
ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କରିଛନ୍ତି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଗତ ଏକ ମ,ଆସ ପୂର୍ବେ ରାଜ୍ୟରୁ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ଉଠାଯାଇ ନଥିବାରୁ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ଶିକ୍ଷକ ସଂଘ I ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଆଜି ବିଭାଗୀୟ ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଠିକା ନିଯୁକ୍ତି ଉଚ୍ଛେଦ ନିୟମ କେବଳ ୨୦୧୬ ମସିହାଠାରୁ ଚାକିରି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ କରିଛନ୍ତି। କିନ୍ତୁ, ୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରୁନାହିଁ ବୋଲି ସଂଘର କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି। ୨୦୧୩ କଣ୍ଟ୍ରାକ୍ଟଚୁଆଲ୍ ନିୟମରେ ଆସୁଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବାକୁ ସେମାନେ ଦାବି କରିଛନ୍ତି।
ଶିକ୍ଷକଙ୍କ ଦାବି ଅନୁଯାୟୀ, ୨୦୦୪ରୁ ୨୦୨୨ ମସିହା ଯାଏ ସରକାର ଚୁକ୍ତିଭିତ୍ତିକ ପୋଷ୍ଟିଂ କରିଛନ୍ତି। ଏବେ ସରକାର ଏହି କୁତ୍ସିତ ପ୍ରଥାକୁ ଉଠାଇ ଦେଇଥିବା ବେଳେ ଆମକୁ କିନ୍ତୁ ଭୁଲିଗଲେ। ୨୦୦୪ରୁ ୨୦୧୩ ଯାଏ ଯେଉଁମାନେ ନିଯୁକ୍ତି ପାଇଛୁ ସେମାନଙ୍କ କଥା ସରକାର ପାସୋରି ଦେଲେ। କେବଳ ୨୦୧୬ରୁ ୨୨ ମଧ୍ୟରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନେ ଏହାଦ୍ୱାରା ଉପକୃତ ହେବେ।
ସୂଚନାଥାଉ କି, ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହେବା ପରେ ଚୁକ୍ତି ଭିତ୍ତିକ ଗ୍ରୁପ ବି, ସି, ଡି ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଅକ୍ଟୋବରରେ ଘୋଷଣା କରିଥିଲେ। ଫଳରେ ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମିତ ହୋଇଥିଲା ଓ ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ କର୍ମଚାରୀ ଉପକୃତ ହୋଇଛନ୍ତି। ଏହାକୁ ଦୀପାବଳି ଭେଟି କହିବା ସହ ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।




