ଗ୍ରୀଷ୍ମ ଲହରୀ ଜାରି,ଦିନ ୧୧ ବେଳକୁ ୪୦ ଡିଗ୍ରୀ ଛୁଇଁଲା ପାରଦ
ଭୁବନେଶ୍ୱର : ତତଲା ତାୱା ରେ ଭାଜି ହେଉଛି ସାରା ଓଡିଶା I ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଗୁଳୁଗୁଳି ଗରମରେ କଲବଲ ହେଉଛନ୍ତି ଲୋକେ I ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟ ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ପାରଦ ଟପି ଥିବା ବେଳେ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁଛି। ଆହୁରି ୩ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ […]
ଭୁବନେଶ୍ୱର : ତତଲା ତାୱା ରେ ଭାଜି ହେଉଛି ସାରା ଓଡିଶା I ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଗୁଳୁଗୁଳି ଗରମରେ କଲବଲ ହେଉଛନ୍ତି ଲୋକେ I ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟ ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ପାରଦ ଟପି ଥିବା ବେଳେ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁଛି। ଆହୁରି ୩ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I
ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଆଜି ସକାଳ ୧୧ ଟା ସୁଦ୍ଧା ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୩୯.୯ ଡିଗ୍ରୀ, ଚାନ୍ଦବାଲି ୩୯.୪ ଡିଗ୍ରୀ, ଝାରସୁଗୁଡ଼ା ୩୮. ୮ ଡିଗ୍ରୀ, ସମ୍ବଲପୁର ୩୮.୩ ଡିଗ୍ରୀ, ହୀରାକୁଦ ୩୮.୨ ଡିଗ୍ରୀ, କେନ୍ଦୁଝର ୩୭.୪ ଡିଗ୍ରୀ, ରାଉରକେଲା ୩୭ ଡିଗ୍ରୀ, ପାରାଦୀପ ୩୪.୭ ଡିଗ୍ରୀ, ଗୋପାଳପୁର ୩୩. ୮ ଡିଗ୍ରୀ ଓ ପୁରୀରେ ୩୪ .୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେପଟେ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକୁ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର I ସୂଚନାନୁସାରେ,ଆଗକୁ ଆହୁରି ଭୟଙ୍କର ହେବ ଗ୍ରୀଷ୍ମ ପ୍ରବାହ I ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବ । ସେହିପରି ୧୮,୧୯ ତାରିଖ ବେଳକୁ ୪୫ ଡିଗ୍ରୀ ପାର କରିପାରେ ଦିନର ତାପମାତ୍ରା I ପ୍ରବଳ ଖରାରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ରାତିର ତାପମାତ୍ରା ବଢିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି I




